ଡାକ୍ତରଙ୍କୁ ମାଡ଼ର ପ୍ରତିବାଦ: ୧୭ରୁ ଆଉଟ୍‌ଡୋର କାର୍ଯ୍ୟ ବନ୍ଦ କରିବେ ପିଜି ଡାକ୍ତର

ଡାକ୍ତରଙ୍କୁ ମାଡ଼ର ପ୍ରତିବାଦ: ୧୭ରୁ ଆଉଟ୍‌ଡୋର କାର୍ଯ୍ୟ ବନ୍ଦ କରିବେ ପିଜି ଡାକ୍ତର

odishasuntimes.com

କଟକ : କୋଲକାତାର ଏନଆରଏସ ମେଡିକାଲ କଲେଜର ଘଟଣାକୁ ନେଇ ଡାକ୍ତରଙ୍କ ଆନ୍ଦୋଳନ ଉଗ୍ର ରୂପ ନେବାର ଲାଗିଛି। ଏହି ଘଟଣାର ପ୍ରତିବାଦ ଜଣାଇ ଏସସିବି ମେଡିକାଲର ପିଜି ଓ ୟୁଜି ଛାତ୍ରଛାତ୍ରୀମାନେ କଳାବ୍ୟାଜ୍ ପିନ୍ଧିଥିଲେ। କିନ୍ତୁ ସରକାର କୌଣିସ ପଦକ୍ଷେପ ଗ୍ରହଣ କରି ନଥିବାରୁ ଆସନ୍ତା ୧୭ ତାରିଖରୁ କନିଷ୍ଠ ଡାକ୍ତରମାନେ କାର୍ଯ୍ୟ ବନ୍ଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ୧୭ ତାରିଖରେ ସମସ୍ତ କନିଷ୍ଠ ଡାକ୍ତର ବର୍ହି ବିଭାଗରେ କାର୍ଯ୍ୟ ବନ୍ଦ କରିବେ। ତେବେ ଆଶୁ ଚିକିତ୍ସା କାର୍ଯ୍ୟରେ ଯେପରି ରୋଗୀମାନେ କୌଣସି ଅସୁବିଧାରେ ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଧ୍ୟାନ ଦିଆଯାଉଥିବା ପିଜି ଡାକ୍ତର ସଂଘର ସଭାପତି ଡାକ୍ତର ପ୍ରଭାତ ରାଉତ ସୂଚନା ଦେଇଛନ୍ତି। ଡାକ୍ତର ମାନଙ୍କୁ ନ୍ୟାୟ ଓ ସୁରକ୍ଷା ଯେ ପର୍ଯ୍ୟନ୍ତ ନମିଳିଛି ସେତେବେଳେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କେ‌ାଲକାତାରେ ଦେଖା ଦେଇଥିବା ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ୟୁନାଇଟେଡ୍‌ ରେସିଡେଣ୍ଟ ଡାକ୍ତର ସଂଘ ଓଡ଼ିଶା ଶାଖାର ଡାକ୍ତର ଜ୍ୟୋର୍ତିମୟ ନାୟକ ପତ୍ର ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe