ଏସସିବି ମେଡିକାଲ ହେବ ଦଲାଲ ମୁକ୍ତ

Advertisment
ଏସ୍‌ସିବିରେ କେମିତି ହେବ ହୃତ୍‌ପିଣ୍ଡ ପ୍ରତିରୋପଣ?

Worldorgs.com

କଟଜ: କଟକର ଏସସିବି  ମେଡିକାଲ ହେବ ଦଲାଲ ମୁକ୍ତ। ଏନେଇ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦେଶ। ଏନେଇ ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି,  ବିଭାଗୀୟ ନିର୍ଦେଶ ଆଧାରରେ ଏସସିବି ପକ୍ଷରୁ ଏକ ସ୍ୱତନ୍ତ୍ର ଅନ୍ତରିଣ ଟିମ ଗଠନ ହୋଇଛି। ଯେଉଁ ଟିମ ମେଡିକାଲ ସବୁ ବିଭାଗ ଉପରେ ନଜର ରଖିବ। ବିଶେଷକରି ମେଡିସନ ଓ କାଜୁଆଲଟି ଓ ଅନ୍ୟାନ୍ୟ ବିଭାଗ ଯେଉଁଠାରେ ଅଧିକ ସଂଖ୍ୟକ ରୋଗୀ ଭର୍ତି ହୋଇଥାନ୍ତି। ଯେଉଁଠି ବି ଦଲାଲ ରୋଗୀମାନଙ୍କ ସହ ଅଭିଯୋଗ ଆସିବ କିମ୍ବା ନଜରରେ ଆସିବ ସେଠାରେ ସେମାନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏହାସହ ପୁଲିସର ମଧ୍ୟ ସହାୟତା ଲୋଡିବ ଏସସିବି।

ତେବେ ରାଜ୍ୟର ମେଡିକାଲ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଏସିବିରେ କଦାପି ଦଲାଲମାନଙ୍କୁ ପ୍ରୋତ୍ସାହନ ଦିଆଯିବନି। ଆଉ ଯଦି କୌଣସି ବ୍ୟକ୍ତି ଦଲାଲ କବଳ ରେ ପଡ଼ନ୍ତି ତେବେ ସଙ୍ଗେସଙ୍ଗେ ଅଧୀକ୍ଷକଙ୍କ ଅଫିସରେ ଅଭିଯୋଗ ଦାୟର କରିବାକୁ କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe