କରୋନା ଭାଇରସ୍‌: ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଚୀନ୍ ଫେରନ୍ତା ଛାତ୍ରୀଙ୍କ ରିପୋର୍ଟ ନେଗେଟିଭ୍‌

Advertisment
ରାଜନଗରରେ କରୋନା ଗୁଜବ : ବିଦେଶ ଫେରନ୍ତାଙ୍କ ପାଖ ମାଡୁନାହାନ୍ତି ଗ୍ରାମବାସୀ

The Economic Times

କଟକ:  କରୋନା ଭାଇରସ୍‌ ସନ୍ଦେହରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଚୀନ ଫେରନ୍ତା  ଛାତ୍ରୀ ଏହି ମାରାତ୍ମକ ଭାଇରସ୍‌ରେ ଆକ୍ରାନ୍ତ ହୋଇନାହାନ୍ତି ବୋଲି ଶୁକ୍ରବାର ତାଙ୍କ ରକ୍ତ ଓ ଲାଲ ନମୂନା ପରୀକ୍ଷା ରିପୋର୍ଟରୁ ଜାଣିବାକୁ ମିଳିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ହେତୁ ତାଙ୍କୁ ଖୁବ୍‌ ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ କରି ଦିଆଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ପୂର୍ବରୁ ଚୀନରେ ରହି ଡକ୍ତରୀ ପଢ଼ୁଥିବା କନ୍ଧମାଳ ଜିଲ୍ଲାର ଛାତ୍ରଙ୍କଠାରେ ମଧ୍ୟ କରୋନା ଭାଇରସ୍ ନଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ତାଙ୍କୁ ଥଣ୍ଡା ଓ କାଶ ହେବା ପ‌ରେ ସେ ନିଜ ଆଡ଼ୁ ସୂଚନା ଦେଇ ଚିକିତ୍ସା ଲାଗି ଆସିଥିଲେ।

ଚୀନରେ ରହି ପାଠ ପଢ଼ୁଥିବା  ଛାତ୍ରୀ ଜଣକ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କ ଶରୀରରେ ଥଣ୍ଡା ଓ କାଶର ଲକ୍ଷଣ ଦେଖିବାକୁ ମିିଳିଥିଲା। ଏହି ଲକ୍ଷଣ ଦେଖାଦେବା ପରେ ତାଙ୍କୁ ରବିବାର ସଂଧ୍ୟାରେ ତୁରନ୍ତ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସୋମବାର ସକାଳୁ ତାଙ୍କର ଲାଳ ଓ ରକ୍ତ ନମୁନା ନିଆଯାଇ ଭୁବନେଶ୍ବରର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିଲା। ସେଠାରୁ ସେହି ନମୁନାକୁ ପୁଣେ ପଠାଯାଇଥିଲା। ପୁଣେରେ ତାହାକୁ ପରୀକ୍ଷା କରାଯିବା ପରେ ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଛାତ୍ରୀଙ୍କ ପରିବାର ଲୋକଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କୁ ଖୁବ୍‌ ଶୀଘ୍ର ଘରକୁ ପଠାଇ ଦିଆଯିବ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।

publive-image
Harvard Health - Harvard University

ଏସ୍‌ସିବିରେ ଏବେ ଆଉ ଜଣଙ୍କୁ ମଧ୍ୟ କରୋନା ଭୂତାଣୁରେ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଇ ଚିକିତ୍ସା କରାଯାଉଛି। ଚୀନରେ ରହୁଥିବା ଜଗ୍‌ସିଂହପୁର ଜିଲ୍ଲାର ଯୁବ ଇଞ୍ଜିନିୟରଙ୍କ ଶରୀରରେ  ଥଣ୍ଡା ଓ କାଶର ଲକ୍ଷଣ ଦେଖାଯିବା ପରେ ସେ ଓଡ଼ିଶା ଫେରି ଆସିଥିଲେ। ତାଙ୍କର ନମୁନା ଗ୍ରହଣ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଏଯାଏ ରିପୋର୍ଟ ଆସିନାହିଁ।

ଏ ପର୍ଯ୍ୟନ୍ତ ୨୮ଟି ଦେଶକୁ ଭୂତାଣୁ ସଂକ୍ରମଣ ଡେଇଁ ସାରିଥିବାବେଳେ ଭାରତରେ ଏଯାଏ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଓଡ଼ିଶାରେ ଏ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମିତ ସନ୍ଦେହରେ ୩୩ ଜଣଙ୍କୁ ଚିହ୍ନଟ କରାଯାଇଛି। ତହିଁରୁ ୨ଜଣ କଟକସ୍ଥିତ ଏସ୍‌ସିବି ମେଡିକାଲର ଆଇସୋଲେସନ୍‌ ୱାର୍ଡରେ ଭର୍ତି ହୋଇଥିବା ବେଳେ ୩୧ଜଣଙ୍କୁ ଘରେ ଆଇସୋଲେସନ୍‌ରେ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe