ବିଧାନସଭାରେ ପ୍ରଶ୍ନ ପରେ ତଥ୍ୟ ରଖିଲା ଏସ୍‌ସିବି: ୨୦୨ରୁ ୮୯ ଭେଣ୍ଟିଲେଟର୍‌ ଅଚଳ

Advertisment

ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ‌୨୦୨ରୁ ୧୧୩ଟି ଭେଣ୍ଟିଲେଟର୍‌ ସଚଳ ଅବସ୍ଥାରେ ଅଛି। ୮୯ଟି ଅଚଳ ହୋଇପଡ଼ିଛି। ସେଣ୍ଟ୍ରାଲ୍‌ ଏୟାର କମ୍ପ୍ରେସର ସିଷ୍ଟମ୍‌ ବି ଖରାପ ହୋଇପଡ଼ିଛି। ଏଥିପାଇଁ ଭେଣ୍ଟିଲେଟର୍‌ ଶୀଘ୍ର ଖରାପ ହେଉଥିବା କୁହାଯାଉଛି।

ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ‌୨୦୨ରୁ ୧୧୩ଟି ଭେଣ୍ଟିଲେଟର୍‌ ସଚଳ ଅବସ୍ଥାରେ ଅଛି। ୮୯ଟି ଅଚଳ ହୋଇପଡ଼ିଛି। ସେଣ୍ଟ୍ରାଲ୍‌ ଏୟାର କମ୍ପ୍ରେସର ସିଷ୍ଟମ୍‌ ବି ଖରାପ ହୋଇପଡ଼ିଛି। ଏଥିପାଇଁ ଭେଣ୍ଟିଲେଟର୍‌ ଶୀଘ୍ର ଖରାପ ହେଉଥିବା କୁହାଯାଉଛି।

3 children serious thimet

Woman inmate runs away from SCB Medical Center after kicking jail guard

କଟକ: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ‌୨୦୨ରୁ ୧୧୩ଟି ଭେଣ୍ଟିଲେଟର୍‌ ସଚଳ ଅବସ୍ଥାରେ ଅଛି। ୮୯ଟି ଅଚଳ ହୋଇପଡ଼ିଛି। ସେଣ୍ଟ୍ରାଲ୍‌ ଏୟାର କମ୍ପ୍ରେସର ସିଷ୍ଟମ୍‌ ବି ଖରାପ ହୋଇପଡ଼ିଛି। ଏଥିପାଇଁ ଭେଣ୍ଟିଲେଟର୍‌ ଶୀଘ୍ର ଖରାପ ହେଉଥିବା କୁହାଯାଉଛି। ରାଜ୍ୟର ସର୍ବବୃହତ୍‌ ରେଫରାଲ୍‌ ହସ୍ପିଟାଲର ଏଭଳି ସ୍ଥିତି ଉଦ୍‌ବେଗର କାରଣ ହୋଇଛି। ତଥ୍ୟ ଅନୁସା‌ରେ ଏସ୍‌ସିବିର ୧୪ଟି ବିଭାଗରେ ୨୦୨ଟି ଆଇସିୟୁ ଓ ଭେଣ୍ଟିଲେଟର୍‌ ରହିଛି। ସେଥିରୁ ମେଡିସିନ୍‌ ଆଇସିୟୁର ପ୍ରଥମ ମହଲାରେ ୪୦ଟିରୁ ୩୦ଟି ଅଚଳ। ସେହିପରି ମେଡିସିନ୍‌ ଆଇସିୟୁର (ଗ୍ରାଉଣ୍ଡ ଫ୍ଲୋର)ରେ ୨୦ରୁ ୩, ସେଣ୍ଟ୍ରାଲ୍‌ ଆଇସିୟୁରେ ୨୪ରୁ ୧୦ , କାର୍ଡିଓଲୋଜି ଆଇସିୟୁରେ ୨୦ରୁ ୧୬, ରେସ୍ପିରୋଟାରି ମେଡିସିନ୍‌ ଆଇସିୟୁରେ ୧୫ରୁ ୯, ପେଡିଆଟ୍ରିକ୍‌ ଆଇସିୟୁ(ନୂଆ ଓ ପୁରୁଣା)ରେ ୧୨ରୁ ୮ଟି ଭେଣ୍ଟିଲେଟର୍‌ ଅଚଳ ଅଛି। ସେହିପରି ଡିଏମ୍‌ ପଲମୁନାରି ଆଇସିୟୁରେ ୧୦ରୁ ୩, ବର୍ଣ୍ଣ ଆଇସିୟୁରେ ୯ରୁ ୪, ୟୁରୋଲୋଜି ଆଇସିୟୁରେ ୫ରୁ ୪ ଭେଣ୍ଟିଲେଟର୍‌ ଅଚଳ ହୋଇପଡ଼ିଛି। କେବଳ ସିଟିଭିଏସ୍‌ରେ ୯ରୁ ୯, ଟ୍ରମାରେ ୧୪ରୁ ୧୪, ନ୍ୟୁରୋସର୍ଜରି ଆଇସିୟୁରେ ୧୨ରୁ ୧୨ ଭେଣ୍ଟିଲେଟର ସଚଳ ଅଛି। ଏସ୍‌ସିବିରେ ୫ରୁ ୭ବର୍ଷର ଏହି ଭେଣ୍ଟିଲେଟର୍‌ ଉପରେ ଦିନରାତି ଚାପ ରହୁଥିବା ବେଳେ ଠିକ୍‌ରେ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। 

୨୦୨ରୁ ୮୯ ଭେଣ୍ଟିଲେଟର୍‌ ଅଚଳ
ସେଣ୍ଟ୍ରାଲ୍‌ ଏୟାର କମ୍ପ୍ରେସର ସିଷ୍ଟମ୍‌ ବି ଖରାପ
ଆଜି ସ୍ଥିତି ସମୀକ୍ଷା ପାଇଁ ଆସିବେ ଉଚ୍ଚସ୍ତରୀୟ ଟିମ୍‌

କୋଭିଡ୍‌ ସମୟରେ ଏସ୍‌ସିବିକୁ ଆସିଥିବା ୬୦ ‌ଭେଣ୍ଟିଲେଟର୍‌ ଅଚଳ ହୋଇପଡ଼ିଛି। ଆସିବା ଦିନଠାରୁ ସେଗୁଡ଼ିକ ଠିକ୍‌ଭାବରେ କାମ କରୁନଥିବା କୁହାଯାଉଛି। କେନ୍ଦ୍ର ସରକାରଙ୍କ ପିଏମ୍‌ କେୟାର ଯୋଜନାରେ ଏଗୁଡ଼ିକ ଆସିଥିଲା। ଏହି ଭେଣ୍ଟିଲେଟରଗୁଡ଼ିକ ମଧ୍ୟରୁ ଯେତିକି ଚାଲିଥିଲା, ସେଗୁଡ଼ିକୁ ତତ୍‌କାଳୀନ ଅଧୀକ୍ଷକ ବିଭିନ୍ନ ବିଭାଗକୁ ହସ୍ତାନ୍ତର କରିଥିଲେ। କିନ୍ତୁ ବାରମ୍ବାର ସଜଡ଼ା ଯାଉଥିଲେ ମଧ୍ୟ ୧୦ରୁ ୨୦ ମିନିଟ୍‌ ଚାଲିବା ପରେ ଆପେ ଆପେ ବନ୍ଦ ହୋଇଯାଉଛି।  ଏସ୍‌ସିବିରେ ଭେଣ୍ଟିଲେଟର ଅଚଳକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠିଥିଲା। ସ୍ବାସ୍ଥ୍ୟ ବିଭାଗ ଏ ସଂପର୍କରେ ରିପୋର୍ଟ ତଲବ କରିବା ପରେ ଆଜି ଏସ୍‌ସିବି ପକ୍ଷରୁ ଏହି ତଥ୍ୟ ଦାଖଲ କରାଯାଇଛି। ଅନ୍ୟପଟେ ଆସନ୍ତାକାଲି ରବିବାର ଦିନ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏସ୍‌ସିବିକୁ ସ୍ଥିତି ଯାଞ୍ଚ ପାଇଁ ଆସୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe