ଏସ୍‌ସିବି ଅବସ୍ଥା ସଙ୍ଗିନ: ୬୦ ଭେଣ୍ଟିଲେଟର, ଆଇସିୟୁ ଅଚଳ, ସଜାଡ଼ିଲେ ବି ଆପେ ଆପେ ବନ୍ଦ ହୋଇଯାଉଛି

ରାଜ୍ୟର ସର୍ବବୃହତ୍‌ ମେଡିକାଲ କଲେଜ ହାସପାତାଳ ଏସ୍‌ସିବିରେ ଅଚଳ ହୋଇପଡ଼ିଛି ପାଖାପାଖି ୬୦ ଭେଣ୍ଟିଲେଟର। ତାହାକୁ ସଜାଡିଲେ ବି ମାତ୍ର ୨୦ ମିନିଟ୍‌ ଚାଲି ବନ୍ଦ ହୋଇଯାଉଛି। ଫଳରେ ଏସ୍‌ସିବିରେ ‌ରୋଗୀ ସେବା କ୍ଷେତ୍ରରେ ଏବେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି।

ffsxcff

କଟକ: ରାଜ୍ୟର ସର୍ବବୃହତ୍‌ ମେଡିକାଲ କଲେଜ ହାସପାତାଳ ଏସ୍‌ସିବିରେ ଅଚଳ ହୋଇପଡ଼ିଛି ପାଖାପାଖି ୬୦ ଭେଣ୍ଟିଲେଟର। ତାହାକୁ ସଜାଡିଲେ ବି ମାତ୍ର ୨୦ ମିନିଟ୍‌ ଚାଲି ବନ୍ଦ ହୋଇଯାଉଛି। ଫଳରେ ଏସ୍‌ସିବିରେ ‌ରୋଗୀ ସେବା କ୍ଷେତ୍ରରେ ଏବେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। କେବଳ ମେଡିସିନ୍‌ ବିଭାଗରେ କୋଭିଡ୍‌ ସମୟରେ କିଣା ଯାଇଥିବା ୪୪ ଭେଣ୍ଟିଲେଟର୍‌ ଅଚଳ ହୋଇ ପଡ଼ିଛି। ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟମାନେ ରୋଗୀ ସେବା ପ୍ରଭାବିତ ହେଉଥିବା ଦର୍ଶାଇ ଲିଖିତ ଭାବେ ଏ ସଂପର୍କରେ ଏସ୍‌ସିବି ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। 

ସଜାଡ଼ିଲେ ବି ଆପେ ଆପେ ବନ୍ଦ ହୋଇଯାଉଛି
ରୋଗୀ ସେବା ପ୍ରଭାବିତ, ହରଡ଼ଘଣାରେ ଡାକ୍ତର

ଏସ୍‌ସିବିକୁ କୋଭିଡ୍‌ ସମୟରେ ଭାରତ ସରକାରଙ୍କ ପକ୍ଷରୁ ୫୦ରୁ ଅଧିକ ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିଲା। କୋଭିଡ୍‌ ପରେ ମେଡିସିନ୍‌ ବିଭାଗକୁ ୪୪ଟି ଭେଣ୍ଟିଲେଟର୍‌ ଓ ଅନ୍ୟ ବିଭାଗକୁ ବାକି ଭେଣ୍ଟିଲେଟର ଦିଆଯାଇଥିଲା। କିନ୍ତୁ ଆସିବା ଦିନରୁ ଏଥିରେ ତ୍ରୁଟି ପରିଲକ୍ଷିତ ହେଉଥିବା ବେଳେ ଏବେ ସଂପୂର୍ଣ୍ଣ ଅଚଳ ସ୍ଥିତିକୁ ଆସି ଯାଇଥିବାରୁ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତରଙ୍କ ଚିନ୍ତା ବଢୁଛି। ଅଚଳ ହୋଇପଡ଼ିଥିବା ଭେଣ୍ଟିଲେଟର୍‌ଗୁଡ଼ିକୁ ସଜାଡ଼ିବା ଲାଗି କେଟିପିଏଲ୍‌ ସଂସ୍ଥାକୁ ଦିଆଯାଇଥିଲା। ସଂପୃକ୍ତ ସଂସ୍ଥା ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ୧୦ ଥର ସଜାଡ଼ିଥିବା କୁହାଯାଉଛି। କିନ୍ତୁ ସଜଡ଼ା ହେଉଥିବା ମେସିନ୍‌ ୧୦ରୁ ୨୦ ମିନିଟ୍‌ ଚାଲିବା ପରେ ଆପେ ଆପେ ବନ୍ଦ ହୋଇଯାଉଛି। ବାରମ୍ବାର ମରାମତି ନାଁରେ କେବଳ ଟଙ୍କା ବ୍ୟୟ ହେଉଥିବା ବେଳେ ଏହା ବ୍ୟବହାର‌ରେ ଆସିପାରୁନି।

ଏସ୍‌ସିବିରେ ୨୪୨ ଆଇସିୟୁ ରହିଥିବାବେଳେ ସେଥିରୁ ଏଭଳି ଅଚଳ ଭେଣ୍ଟିଲେଟର୍‌ ଓ ଆଇସିୟୁ ରହିଥିବାରୁ ରୋଗୀ ଚିକିତ୍ସାରେ ଗୁରୁତର ଅଚଳାବସ୍ଥା ସୃଷ୍ଟି ହୋଇଛି। ଜଣେ ବରିଷ୍ଠ ପ୍ରଫେସର ନିଜ ନାମ ଗୋପନ ରଖି କହିଛନ୍ତି, ଏ ସଂପର୍କରେ ସେମାନେ ଅଧୀକ୍ଷକଙ୍କୁ ଲିଖିତ ଭାବେ ସୂଚିତ କରିଛନ୍ତି। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ଏସ୍‌ସିବି କୁଳସଚିବ ସୁବାସ ଚନ୍ଦ୍ର ରାୟ କହିଛନ୍ତି ଯେ ଅଚଳ ଭେଣ୍ଟିଲେଟରକୁ ମରାମତି କରାଯାଉଛି। ଯାହାକୁ ସଜଡ଼ା ଯାଇପାରିବନି ସେସବୁ ରିପ୍ଲେସ୍‌ କରାଯିବ। ଓଏସ୍‌ଏମ୍‌ସିଏଲ୍‌ ପକ୍ଷରୁ ଏସ୍‌ସିବିକୁ ଖୁବ୍‌ଶୀଘ୍ର ଶହେ ଭେଣ୍ଟିଲେଟର ‌ଆସିବ ବୋଲି ଶ୍ରୀ ରାୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe