ଏନ୍‌ଏମ୍‌ସିର ତାଗିଦ୍‌ ପରେ ଏସ୍‌ସିବିରେ ପ୍ରକ୍ରିୟା ଆରମ୍ଭ, ବାୟୋମେଟ୍ରିକ୍‌ ବ୍ୟବସ୍ଥା ନ ହେଲେ ସ୍ବୀକୃତି ପ୍ରତ୍ୟାହାର

Advertisment
ଏସ୍‌ସିବିରେ ବାୟୋମେଟ୍ରିକ୍ସ ପାଇଁ ୧୦ ଲକ୍ଷ ଖର୍ଚ୍ଚ: ଏନ୍‌ଏମ୍‌ସି ଯାଉଯାଉ ଅଚଳ ହେଇଗଲା ମେସିନ୍‌

Justdial

କଟକ : ଖୁବ୍‌ଶୀଘ୍ର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନଙ୍କ ପାଇଁ କାର୍ଯ୍ୟକାରୀ ହେବ ବାୟୋମେଟ୍ରିକ୍‌ ବ୍ୟବସ୍ଥା। ରାଜ୍ୟର ସବୁ ମେଡିକାଲ କଲେଜରେ ବି ଏହି ବ୍ୟବସ୍ଥା ଲାଗୁହେବ। ଏହାକୁ ନେଇ ନ୍ୟାସନାଲ ମେଡିକାଲ କାଉନସିଲ(ଏନ୍‌ଏମ୍‌ସି) କଡ଼ା ତାଗିଦ୍‌ କରିଛନ୍ତି। ଯଦି ବାୟୋମେଟ୍ରିକ୍‌ ବ୍ୟବସ୍ଥା ଲାଗୁ କରାନଯାଏ, ତା’ହେଲେ ସ୍ବୀକୃତି ପ୍ରତ୍ୟାହାର ହେବ ବୋଲି ଚେତାବନୀ ଦିଆଯାଇଛି। ଫଳରେ, ଏସ୍‌ସିବିରେ ୧୬ଶହ ଡାକ୍ତର ଓ ପ୍ରଫେସରଙ୍କ ସମେତ ୨୦୦ ଜଣ କର୍ମଚାରୀଙ୍କ ବାୟୋମେଟ୍ରିକ୍‌ ବ୍ୟବସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଏଥିପାଇଁ ନୋଡାଲ ଅଫିସରଭାବେ ପ୍ରଫେସର ସାରଦା ପ୍ରସନ୍ନ ସ୍ବାଇଁଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରଫେସର ସ୍ବାଇଁଙ୍କ ନେତୃତ୍ବରେ ୨୦୧୯ରେ ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କର୍ମଚାରୀଙ୍କ ବାୟୋମେଟ୍ରିକ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହି ବ୍ୟବସ୍ଥା ଦୁଇ ସପ୍ତାହ ମଧ୍ୟରେ ଏସ୍‌ସିବିରେ କାର୍ଯ୍ୟକାରୀ କରିବା ପାଇଁ କର୍ତ୍ତୃପକ୍ଷ ଏନ୍‌ଏମ୍‌ସିକୁ ଜଣାଇଥିବା ସୂଚନା ମିଳିଛି। ଭାଇସ୍‌ ପ୍ରିନ୍‌ସିପାଲଙ୍କ ପ୍ରକୋଷ୍ଠରେ ଏହାର ନିୟନ୍ତ୍ରଣ କକ୍ଷ ରଖାଯିବ ଓ ଆଗକୁ ଜଣେ ଇଞ୍ଜିନିୟର ମଧ୍ୟ ଏଥିପାଇଁ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି।

ପୂର୍ବରୁ ଏସ୍‌ସିବିରେ ୨୦୧୧ ଡିସେମ୍ବରରେ ବାୟୋମେଟ୍ରିକ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ, ବ୍ୟବସ୍ଥା ଆରମ୍ଭ ହେବାର କିଛିଦିନ ଭିତରେ ଏହା ବନ୍ଦ ହୋଇଯାଇଥିଲା। ସେତେବେଳେ ଏହି ବ୍ୟବସ୍ଥାକୁ ନେଇ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe