ଏସ୍‌ସିବି ହେବ ଥାଲା‌ସେମିଆ, ସିକିଲସେଲ୍‌ ଉତ୍କର୍ଷ କେନ୍ଦ୍ର

Advertisment

ଥାଲାସେମିଆ, ସିକିଲସେଲ୍‌ ରୋଗୀଙ୍କ ପାଇଁ ଏସ୍‌ସିବିରେ ହେବ ଉତ୍କର୍ଷ କେନ୍ଦ୍ର। ଏଥିପାଇଁ ୨୦କୋଟି ଟଙ୍କ‌‌ା ବ୍ୟୟରେ ନିର୍ମାଣ କରାଯିବ ଜି+୭ କୋଠା। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ କେନ୍ଦ୍ରୀୟ ଅନୁଦାନରେ ଏହି କୋଠା ନିର୍ମାଣ କରାଯିବ।

ଥାଲାସେମିଆ, ସିକିଲସେଲ୍‌ ରୋଗୀଙ୍କ ପାଇଁ ଏସ୍‌ସିବିରେ ହେବ ଉତ୍କର୍ଷ କେନ୍ଦ୍ର। ଏଥିପାଇଁ ୨୦କୋଟି ଟଙ୍କ‌‌ା ବ୍ୟୟରେ ନିର୍ମାଣ କରାଯିବ ଜି+୭ କୋଠା। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ କେନ୍ଦ୍ରୀୟ ଅନୁଦାନରେ ଏହି କୋଠା ନିର୍ମାଣ କରାଯିବ।

3 children serious thimet

Woman inmate runs away from SCB Medical Center after kicking jail guard

କଟକ: ଥାଲାସେମିଆ, ସିକିଲସେଲ୍‌ ରୋଗୀଙ୍କ ପାଇଁ ଏସ୍‌ସିବିରେ ହେବ ଉତ୍କର୍ଷ କେନ୍ଦ୍ର। ଏଥିପାଇଁ ୨୦କୋଟି ଟଙ୍କ‌‌ା ବ୍ୟୟରେ ନିର୍ମାଣ କରାଯିବ ଜି+୭ କୋଠା। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ କେନ୍ଦ୍ରୀୟ ଅନୁଦାନରେ ଏହି କୋଠା ନିର୍ମାଣ କରାଯିବ। ଏଥିରେ ରୋଗୀଙ୍କ ଚିକିତ୍ସାଠାରୁ ଆରମ୍ଭ କରି ସେମାନଙ୍କ ସମସ୍ତ ପ୍ରକାର ପରୀକ୍ଷା ବ୍ୟବସ୍ଥା କରାଯିବ। ରାଜ୍ୟରେ ଏଭଳି ଉତ୍କର୍ଷ କେନ୍ଦ୍ର ସ୍ଥାପନ ଥାଲାସେମିଆ ଓ ସିକିଲସେଲ୍‌ ରୋଗୀଙ୍କ ପାଇଁ ବରଦାନ ସଦୃଶ ହେବ ବୋଲି କୁହାଯାଉଛି। ଏଥିପାଇଁ ନୋଡାଲ୍‌ ଅଫିସର ଭା‌ବେ ଅତିରିକ୍ତ ଡିଏମ୍‌ଇଟି ପ୍ରଫେସର ଡାକ୍ତର ଉମାକାନ୍ତ ଶତପଥୀଙ୍କୁ ଦାୟିତ୍ବ ଦିଆଯାଇଛି।

ଏସ୍‌ସିବି ବିଏସ୍‌ସି ନର୍ସିଂ ବିଭାଗ ସମ୍ମୁଖରେ ଖାଲିଥିବା ସ୍ଥାନରେ ଏହି କୋଠା ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ତେବେ କେତେ ଶଯ୍ୟା ରହିବ ଓ କି ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ରହିବ, ସେ ସଂପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ।  କୋଠା ନିର୍ମାଣ ପାଇଁ ଆସିଥିବା କେନ୍ଦ୍ରୀୟ ଅନୁଦାନକୁ ଡିଏମ୍‌ଇଟିଙ୍କ ପକ୍ଷରୁ ମଞ୍ଜୁର କରାଯାଇଛି। ଏହି କେନ୍ଦ୍ର ମାଧ୍ୟମରେ ରୋଗ ଚିହ୍ନଟ ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସବୁ କିଛି ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe