ଏସ୍‌ସିବିର ଏଫ୍‌ଏମ୍‌ଟି ବିଭାଗ ପ୍ରଫେସରଶୂନ୍ୟ: ପ୍ରଭାବିତ ହେବ ପାଠପଢ଼ାରୁ ଆରମ୍ଭ କରି ଶବ ବ୍ୟବଚ୍ଛେଦ

ଏସ୍‌ସିବି ମେଡିକାଲ କଲେଜରେ ପୂର୍ବରୁ ୮ଟି ବିଭାଗ ପ୍ରଫେସର ଶୂନ୍ୟ ଥିବାବେଳେ ଏବେ ପୁଣି ଏଫ୍‌ଏମ୍‌ଟି ବିଭାଗର ପ୍ରଫେସରଙ୍କୁ ଏସ୍‌ସିବିରୁ ସୁନ୍ଦରଗଡ଼ ମେଡିକାଲ କଲେଜର ଡିନ୍‌ ଓ ପ୍ରିନ୍ସିପାଲ ଭାବେ ବଦଳି କରାଯାଇଛି।

Woman inmate runs away from SCB Medical Center after kicking jail guard

Woman inmate runs away from SCB Medical Center after kicking jail guard

ସୀମନ୍ତିକା ନନ୍ଦ
କଟକ: ଏସ୍‌ସିବି ମେଡିକାଲ କଲେଜରେ ପୂର୍ବରୁ ୮ଟି ବିଭାଗ ପ୍ରଫେସର ଶୂନ୍ୟ ଥିବାବେଳେ ଏବେ ପୁଣି ଏଫ୍‌ଏମ୍‌ଟି ବିଭାଗର ପ୍ରଫେସରଙ୍କୁ ଏସ୍‌ସିବିରୁ ସୁନ୍ଦରଗଡ଼ ମେଡିକାଲ କଲେଜର ଡିନ୍‌ ଓ ପ୍ରିନ୍ସିପାଲ ଭାବେ ବଦଳି କରାଯାଇଛି। କିନ୍ତୁ ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ଦିଆଯାଇନି। ଫଳରେ ଏଫ୍‌ଏମ୍‌ଟି ବିଭାଗ ଏବେ ପ୍ରଫେସର ଶୂନ୍ୟ ହେବାକୁ ଯାଉଛି। କେବଳ ୨ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନେଇ ବିଭାଗ ଚାଲିବ। ବିଭାଗରେ ୩ ଜଣ ଆସୋସିଏଟ୍‌ ପ୍ରଫେସର ପଦବି ବି ଖାଲିପଡ଼ିଛି। ଫଳରେ ଡାକ୍ତରୀ ପିଲାଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେବା ସହ ଏସ୍‌ସିବିରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ବି ପ୍ରଭାବିତ ହେବାକୁ ଯାଉଛି।

ପ୍ରଭାବିତ ହେବ ପାଠପଢ଼ାରୁ ଆରମ୍ଭ କରି ଶବ ବ୍ୟବଚ୍ଛେଦ 
ପୂର୍ବରୁ ୮ ବିଭାଗରେ ନ ଥିଲେ ପ୍ରଫେସର

ଏସ୍‌ସିବି ଏଫ୍‌ଏମ୍‌ଟି ବିଭାଗରେ ଜଣେ ପ୍ରଫେସର, ୩ ଜଣ ଆସୋସିଏଟ୍‌ ପ୍ରଫେସର ଓ ୩ ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା। ବିଭାଗରେ ୫ଜଣ ପିଜି ଛାତ୍ର ରହିଥିବାବେଳେ ଏବେ ସେମାନଙ୍କୁ ପାଠ ପଢ଼ାଇବାକୁ ବି ପ୍ରଫେସର କି ଆସୋସିଏଟ୍‌ ପ୍ରଫେସର ନାହାନ୍ତି। ପ୍ରଫେସର ଡାକ୍ତର ଗୀତା ସାହୁଙ୍କୁ ସୋମବାର ବଦଳି କରାଯାଇଛି। ଏସ୍‌ସିବିରେ ଦିନକୁ ହାରାହାରି ୧୫ଟି ଶବ ବ୍ୟବଚ୍ଛେଦ ହେଉଥିବାବେଳେ ବିଭିନ୍ନ ମେଡିକୋଲିଗାଲ୍‌ ମାମଲାର ରିପୋର୍ଟ ପ୍ରଦାନ କ୍ଷେତ୍ରରେ ଏଫ୍‌ଏମ୍‌ଟି ବିଭାଗ ଗୁରୁତ୍ବପୂର୍ଣ୍ଣ। ଯଦି ରାଜ୍ୟ ସରକାର ପ୍ରଫେସର ପଦ ପୂରଣ ନ କରନ୍ତି ତାହେଲେ ଆଗକୁ ପିଜି ସିଟ୍‌ ବି କଟିଯିବାର ଆଶଙ୍କା ବି ରହିଛି। 

ଏଠାରେ ସୂଚନାଯୋଗ୍ୟ ଯେ,  ରାଜ୍ୟର ୧୪ଟି ମେଡିକାଲ କଲେଜରେ ବର୍ତ୍ତମାନ ୧୦୪ ପ୍ରଫେସର୍‌, ୩୪୦ ଆସୋସିଏଟ୍‌ ପ୍ରଫେସର୍‌ ଓ ୫୦୬ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲିପଡ଼ିଛି। ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ୍‌ କଟକ ବଡ଼ଡାକ୍ତରଖାନାରେ ବର୍ତ୍ତମାନ ହେମାଟୋଲୋଜି, ରେଡିଓଲୋଜି, ପଲ୍ୟୁମନାରୀ ମେଡିସିନ୍‌, ପାଥୋଲୋଜି, ଟ୍ରାନ୍ସଫ୍ୟୁଜନ୍‌ ମେଡିସିନ୍‌, ଗ୍ୟାଷ୍ଟ୍ରୋ ସର୍ଜରି, ନେଫ୍ରୋଲୋଜି, ବାୟୋକେମିଷ୍ଟ୍ରି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକ ପ୍ରଫେସର ଶୂନ୍ୟ ରହିଛି।  ହେଲେ ଏହି ବିଭାଗଗୁଡିକରେ ପ୍ରଫେସର ଅଛନ୍ତି ବୋଲି ନ୍ୟାସନାଲ୍‌ ମେଡିକାଲ କମିସନ୍‌(ଏନ୍‌ଏମ୍‌ସି)କୁ ଦର୍ଶାଇବା ପାଇଁ ଅବସରପାପ୍ତ ପ୍ରଫେସର୍‌ଙ୍କୁ ଚୁକ୍ତିଭିତ୍ତିରେ ରଖାଯାଉଛି। ଏସ୍‌ସିବିରେ ଏବେ ୧୦ଜଣ ପ୍ରଫେସର ଅବସର ପରେ ଚୁକ୍ତିରେ ରହିଛନ୍ତି। ଏସ୍‌ସିବିରେ ୧୮ଟି ପ୍ରଫେସର୍‌, ୬୦ଟି ଆସୋସିଏଟ୍‌ ଓ ୮୦ଟି ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ଖାଲିପଡ଼ିଛି। ୨୦ରୁ ଅଧିକ ଆସୋସିଏଟ୍‌ ପ୍ରଫେସର୍‌ ଡେପୁଟେସନ୍‌ରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe