ବଦଳିବ ଯୁକ୍ତ୨ ପରୀକ୍ଷା ସୂଚୀ: ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପଠାଗଲା ପ୍ରଶ୍ନପତ୍ର, ୧୧୪୮ଟି କେନ୍ଦ୍ରରେ ହେବ ଥିଓରି ପରୀକ୍ଷା

Advertisment
ସିବିଏସଇ ୧୦ମ ଫଳାଫଳ ପ୍ରକାଶିତ, ୯୩.୬% ପାସ୍, ଜାରି ହେଲା ନାହିଁ ଟପର ତାଲିକା

Image Courtesy of India Today

ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷା ସୂଚୀରେ କିଛିଟା ପରିବର୍ତନ ହେବ। ଗଣିତ ସମେତ ଆଉ କିଛି ବିଷୟର ପରୀକ୍ଷା ମଧ୍ୟରେ କମ୍‌ ଦିନର ବ୍ୟବଧାନ ରହିଛି। ପଢ଼ାପଢ଼ି ଲାଗି ପରୀକ୍ଷାର୍ଥୀଙ୍କୁ ଅଧିକ ସମୟ ଦିଆଯାଇ ନ ଥିବାରୁ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହ ଗଣଶିକ୍ଷା‌ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାହାକୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିବାକୁ ଶ୍ରୀ ଦାଶ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯିବା ଦ୍ୱାରା ପିଲାଙ୍କୁ ରିଭିଜନ ପାଇଁ ସୁଯୋଗ ମିଳିବ। ନିର୍ଧା‌ରିତ ସମୟରେ ପରୀକ୍ଷା ହେବ ଏବଂ ରେଜଲ୍ଟ ବାହାରିବ। ୧୫୮୬ କଲେଜର ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୧୧୪୮ଟି ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ।

ଥିଓରି ପରୀକ୍ଷା ପୂର୍ବରୁ ମେ’ ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ତାହାକୁ ନଜରରେ ରଖି ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ହାତରେ ଆଉ ମାତ୍ର ୭ ଦିନ ସମୟ ରହିଥିବାରୁ କଲେଜଗୁଡ଼ିକୁ ପ୍ରାକ୍ଟିକାଲ ପ୍ରଶ୍ନପତ୍ର ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦୂରଦୂରାନ୍ତ ଜିଲ୍ଲାଗୁଡ଼ିକରେ ଥିବା କଲେଜକୁ ପ୍ରଶ୍ନପତ୍ର ପଠାଯାଇଛି। ନିକଟରେ ଥିବା ଜିଲ୍ଲାଗୁଡ଼ିକ ଲାଗି ପରବର୍ତୀ ସମୟରେ ପ୍ରଶ୍ନପତ୍ର ପଠାଯିବ। ସମ୍ପୃକ୍ତ କଲେଜର ଶିକ୍ଷକମାନେ ପରୀକ୍ଷାର୍ଥୀଙ୍କ ପ୍ରାକ୍ଟିକାଲ ପରୀକ୍ଷା କରିବେ। ତେଣୁ ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ପରୀକ୍ଷାରେ ଯେପରି ସ୍ବଚ୍ଛତା ରହିବ ସେଥିପାଇଁ ପ୍ରାକ୍ଟିକାଲ ହେବାକୁ ଥିବା ଲାବରେଟୋରି, ରୁମ୍‌ ଆଦି ସ୍ଥାନରେ ସିସିଟିଭି ଲଗାଇବାକୁ କୁହାଯାଇଛି। ଏପ୍ରିଲ ୨୮ରୁ ଅଫଲାଇନ୍‌ ମୋଡରେ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ପରୀକ୍ଷା ଦେବେ। ଖରାକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ଗୋଟିଏ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥର ଦୁଇଟି ସ୍କିମ୍‌ରେ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ କରାଯିବ। ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ପ୍ରଦର୍ଶନ ଭିତ୍ତିରେ ମାର୍କ ମିଳିବ। ନ ହେଲେ ବାର୍ଷିକ ପରୀକ୍ଷାର ୮୦% ଓ ଶେଷ ତ୍ରୈମାସିକ ପରୀକ୍ଷାର ୨୦% ମାର୍କ ଅନୁଯାୟୀ ମାର୍କିଂ ହେବ। ଦୁଇଟି ସ୍କିମ୍‌ରୁ ଯେଉଁଥିରେ ପରୀକ୍ଷାର୍ଥୀ ସର୍ବାଧିକ ମାର୍କ ରହିବ, ତାହାକୁ ଚୂଡ଼ାନ୍ତ ବୋଲି ଧରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe