ଭୁବନେଶ୍ୱରରୁ ଦେଶର ଅନୁସୂଚିତ ଜାତି ଓ ଜନଜାତି ବିକାଶର ରୋଡ୍‌ମ୍ୟାପ୍‌: ‘ପ୍ରସ୍ତୁତ ହେବ ଏକକ ଏଜେଣ୍ଡା’

୨୫ ବର୍ଷ ପରେ ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ସଂସଦ, ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଭୁବନେଶ୍ୱରରୁ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶର....

shfhsfx

ଭୁବନେଶ୍ବର: ୨୫ ବର୍ଷ ପରେ ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ସଂସଦ, ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଭୁବନେଶ୍ୱରରୁ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶର ରୋଡ୍‌ମ୍ୟାପ୍ ଆରମ୍ଭ ହେବ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିର୍ଲା କହିଲେ, ସମ୍ମିଳନୀରେ ୩୧ ସଦସ୍ୟ ନିଜର ସୁଚିନ୍ତିତ ବିଚାର ରଖିଛନ୍ତି। ଅନେକ ପ୍ରସ୍ତାବ କେବଳ ରାଜ୍ୟ ପାଇଁ ପ୍ରଯୁଜ୍ୟ ଥିବା ବେଳେ ଦେଶସ୍ତରରେ କିଛି ପ୍ରସ୍ତାବ ରହିଛି। ତେଣୁ ଏହାକୁ ମିଶାଇ ଗୋଟିଏ ସମାନ ଏଜେଣ୍ଡା ପ୍ରସ୍ତୁତ କରାଯିବ। ଯାହାଫଳରେ ଦେଶବ୍ୟାପୀ ଏହାକୁ ଲାଗୁ କରାଯାଇପାରିବ। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଅନେକ ଯୋଜନା କରାଯାଇଛି। ସେଗୁଡ଼ିକର ଉପଯୁକ୍ତ ପ୍ରଣୟନ ହେଲେ ଏହି ବର୍ଗ ସମାଜର ଅନ୍ୟ ବର୍ଗ ଭଳି ଉନ୍ନତି କରିପାରିବ। ସଂସଦୀୟ କମିଟି ବଜେଟ୍‌ ସମୀକ୍ଷା କରିବା ସହ ଶତ ପ୍ରତିଶତ ଖର୍ଚ୍ଚ ପାଇଁ ଉଦ୍ୟମ କରିବା ଦରକାର। ପ୍ରଯୁକ୍ତିବିଦ୍ୟା ଓ ସୁଶାସନକୁ ଗ୍ରହଣ କଲେ ବଞ୍ଚିତ ବର୍ଗ ଉନ୍ନତିରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି ଓ ଜନଜାତିଙ୍କ ସମସ୍ୟା, ସୁବିଧା, ସୁରକ୍ଷା ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମର ସଫଳ ପ୍ରଣୟନ। 

ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିବାକୁ ଦିଆଯାଉ ନ ଥିବା ଅଭିଯୋଗ ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଶ୍ରୀ ବିର୍ଲା କହିଥିଲେ, ଆଲୋଚନା ପାଇଁ ଯେତିକି ସମୟ ଧାର୍ଯ୍ୟ ହେଉଛି ତା’ଠାରୁ ଯଥେଷ୍ଟ ସମୟ ଆଲୋଚନା ହେଉଛି। ସବୁ ନିୟମ ଅନୁସାରେ କରାଯାଉଛି। ସଂସଦରେ ଯେପରି ଉଚ୍ଚସ୍ତରୀୟ ଆଲୋଚନା ହେବ ସେଥିପାଇଁ ୨୪ଘଣ୍ଟିଆ ଲାଇବ୍ରେରି ବ୍ୟବସ୍ଥା ସହ ଡାଟାବେସ୍‌କୁ ଡିଜିଟାଇଜ୍ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ କମିଟିର ଅଧ୍ୟକ୍ଷ ଫଗନ ସିଂହ କୁଲସ୍ତେ କହିଥିଲେ, ବଞ୍ଚିତ ବର୍ଗଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ  କମିଟି ପ୍ରତିଶ୍ରୁତିବଦ୍ଧ। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଖରେ ସରକାରଙ୍କ କଲ୍ୟାଣମୂଳକ ଯୋଜନାର ଲାଭ ପହଞ୍ଚାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ପ୍ରାରମ୍ଭରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ସ୍ୱାଗତ ସୂଚନା ଦେଇଥିଲେ। ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe