ରାଜ୍ୟରେ କାଲିଠୁ ପୁଣି ଖୋଲିବ ଅଙ୍ଗନବାଡ଼ି ଓ ସ୍କୁଲ, ସମ୍ବଲପୁର ଜିଲ୍ଲାରେ ଏପ୍ରିଲ ୧୭ ଓ ୧୮ ତାରିଖ ଛୁଟି

ରାଜ୍ୟରେ କାଲିଠୁ ପୁଣି ଖୋଲିବ ଅଙ୍ଗନବାଡ଼ି ଓ ସ୍କୁଲ, ସମ୍ବଲପୁର ଜିଲ୍ଲାରେ ଏପ୍ରିଲ ୧୭ ଓ ୧୮ ତାରିଖ ଛୁଟି

ଭୁବନେଶ୍ବର: ଏପ୍ରିଲ ୧୭ ତାରିଖରୁ ସମ୍ବଲପୁର ବ୍ୟତୀତ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ସମେତ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେବ। ଅଙ୍ଗନବାଡ଼ିରେ ପାଠପଢା ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ। ଅନ୍ୟପଟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାରେ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ ସ୍କୁଲ। ଜିଲ୍ଲା ପ୍ରଶାସନ ନିଷ୍ପତ୍ତି କ୍ରମେ ସ୍କୁଲ ଛୁଟିକୁ ୨ ଦିନ ପାଇଁ ବଢ଼ାଇ ଦିଆଯାଇଛି।

ସେହିପରି ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏପ୍ରିଲ ୧୭ରୁ ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପ୍ରଥମରୁ ଦ୍ବାଦଶ ‌ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ। ସ୍ଥଳବିଶେଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଅଙ୍ଗନବାଡ଼ି ଓ ସ୍କୁଲର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ। ସ୍କୁଲ କର୍ତ୍ତୃପକ୍ଷ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବାକୁ ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe