ଗଣଶିକ୍ଷା ବିଭାଗରେ ଦମ୍ପତିଙ୍କ ଅନ୍ୟ ଜିଲ୍ଲା ବଦଳିକୁ ଅଗ୍ରାଧିକାର ଦେବାକୁ ଦାବି

Advertisment
ଉଚ୍ଚ ମାଧ୍ୟମିକ ଶିକ୍ଷକ-ଅଭିଭାବକ ସମ୍ମିଳନୀ

Nation First News

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଶିକ୍ଷକ ଦମ୍ପତିମାନଙ୍କର ଜିଲ୍ଲା ବଦଳି କ୍ଷେତ୍ରରେ ଥିବା ଅସଙ୍ଗତି ‌େଯାଗୁ ଶିକ୍ଷକ ମହଲରେ ନୈରାଶ୍ୟ ସୃଷ୍ଟି ହୋଇଛି। ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଆଉଟ୍‌ସୋର୍ସିଂ ଭିତ୍ତିରେ କାର୍ଯ୍ୟ କରୁଥିବା ଦମ୍ପତିମାନଙ୍କ ପାଇଁ ଏବଂ ଗଣଶିକ୍ଷା ବିଭାଗରେ ଜିଲ୍ଲା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦମ୍ପତିମାନଙ୍କୁ ବଦଳି ସୁଯୋଗ ମିଳୁଥିବା ବେଳେ ଜିଲ୍ଲା ବାହାରେ କାମ କରୁଥିବା ଦମ୍ପତିମାନଙ୍କ ପାଇଁ ତାହା ଲାଗୁ କରା ନ ଯିବା ପରିତାପର ବିଷୟ ବୋଲି ବିଏଡ୍‌ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି।

ସଂଘର ସଭାପତି ସରୋଜ କୁମାର ପଣ୍ଡା ଓ ସାଧାରଣ ସମ୍ପାଦକ ରୂପେଶ କୁମାର ସାହୁ ଏକ ପ୍ରେସ୍ ବିବୃତିରେ କହିଛନ୍ତି, ସ୍ବାମୀ କିମ୍ବା ସ୍ତ୍ରୀ ପରସ୍ପର ଠାରୁ ୩୦୦ରୁ ୫୦୦ କିମି ଦୂ‌ରରେ ଅନ୍ୟ ଜିଲ୍ଲାରେ କାମ କରୁଥିବାରୁ ସେମାନେ ଅନେକ ପାରିବାରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିଜ ପରିବାର ଛାଡ଼ି ନିଜ ଜିଲ୍ଲା ଠାରୁ ବହୁ ଦୂରରେ କାର୍ଯ୍ୟ କରୁଥିବା ଶିକ୍ଷକ ନିଜ ପିଲାମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରୁ ନାହାନ୍ତି। ସେହିପରି ଶିକ୍ଷୟିତ୍ରୀ ମଧ୍ୟ ନିଜ ଜିଲ୍ଲା ଠାରୁ ଦୂରରେ ଚାକିରି କରୁଥିଲା ବେଳେ ସୁବିଧା, ଅସୁବିଧା ସମୟରେ ପରିବାର ପାଖରେ ପହଞ୍ଚି ପାରୁ ନାହାନ୍ତି। ସାଧାରଣ ପ୍ରଶାସନ ବିଭାଗର ଦମ୍ପତିମାନଙ୍କୁ ଗୋଟିଏ ଜିଲ୍ଲା ଓ ନିର୍ଦ୍ଦିଷ୍ଟ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ନିୟମ ରହିଥିଲା ବେଳେ ଗଣଶିକ୍ଷା ବିଭାଗ କାହିଁକି ଏହାକୁ ପାଳନ କରୁ ନାହିଁ ବୋଲି ସଂଘର ସଭାପତି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ତୁରନ୍ତ ସରକାର ଏ ଦିଗରେ ବିଚାର କରି ଦମ୍ପତିମାନଙ୍କ ଜିଲ୍ଲା ବଦଳି ନୀତିକୁ ସରଳୀକରଣ କରି ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ଗୋଟିଏ ଜିଲ୍ଲାରେ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେବାକୁ ସଂଘ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe