ବଦଳିବ ଶିକ୍ଷାବର୍ଷ କ୍ୟାଲେଣ୍ଡର୍‌ : କେନ୍ଦ୍ରୀୟ ବୋର୍ଡଗୁଡିକୁ ଏମ୍‌ଏଚ୍‌ଆର୍‌ଡିର ନିର୍ଦ୍ଦେଶ, ପ୍ରବେଶିକା ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ପରାମର୍ଶ

‘ଅସର ୨୦୨୨’: କୋଭିଡ୍‌ ସତ୍ତ୍ବେ ସ୍କୁଲ୍‌ରେ ନାମ‌ଲେଖା ବଢ଼ିଛି

zeenews.india.com

ଭୁବନେଶ୍ୱର : ଏବେ ଦେଶରେ ପ୍ରତିଦିନ ୫୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ବି ବଢ଼ି ଚାଲିଛି। ଏଭଳି ପରିସ୍ଥିତି ଆଉ କେତେ ଦିନ ଯେ ଚାଲିବ, ତାହା କହିବା ମୁସ୍କିଲ ହୋଇପଡ଼ିଛି। ତେବେ ପିଲାମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ଯୋଗୁଁ କୋଟି କୋଟି ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଥିବାରୁ ଆଗାମୀ ଶିକ୍ଷାବର୍ଷ କ୍ୟାଲେଣ୍ଡର୍‌ ବଦଳାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ କେନ୍ଦ୍ରୀୟ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ପ୍ରତିବର୍ଷ ଏପ୍ରିଲ ପ୍ରଥମ ସପ୍ତାହରେ ଶିକ୍ଷାବର୍ଷ ଆରମ୍ଭ ହୋଇଥାଏ। ମେ’ ମାସ ସମ୍ପୂର୍ଣ୍ଣ ଓ ଜୁନ୍‌ ଅଧା ଯାଏ ଗ୍ରୀଷ୍ମ ଛୁଟି ହୋଇଥାଏ। ଜୁଲାଇ ଓ ଅଗଷ୍ଟରେ ମୁଖ୍ୟତଃ ପାଠପଢ଼ା ହୁଏ। ସମସ୍ତ କେନ୍ଦ୍ରୀୟ ବୋର୍ଡ ସମେତ ଅନେକ ରାଜ୍ୟ ସରକାର ବି ଏହି କ୍ୟାଲେଣ୍ଡର୍‌କୁ ଅପଣାଇଥାନ୍ତି। ଏଥର ବି ସେହି ଏପ୍ରିଲ ମାସରେ ଶିକ୍ଷାବର୍ଷ ଆରମ୍ଭ ହେବାର ଥିଲା। ତେବେ ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏ ସାରା ଦେଶକୁ ଲକ୍‌-ଡାଉନ୍‌ ଘୋଷଣା କରାଯାଇଥିବାରୁ ନୂଆ ଶିକ୍ଷାବର୍ଷ ଏବେ ଆରମ୍ଭ ହେବା ସମ୍ଭବପର ନୁହେଁ। ଏଭଳି ସ୍ଥିତି କେବେ ଯାଏ ଚାଲିବ, ତାହା ବି କହି ହେଉନି। ତେଣୁ ଶିକ୍ଷାବର୍ଷ କ୍ୟାଲେଣ୍ଡର୍‌ ବଦଳାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ସିବିଏସଇ, ଏନସିଇଆରଟି, ୟୁଜିସି, ଏଆଇସିଟିଇ ମୁଖ୍ୟମାନଙ୍କୁ ଚିଠି ଲେଖାଯିବା ସହ ଏକ ପରିବର୍ତ୍ତିତ ଶିକ୍ଷା କ୍ୟାଲେଣ୍ଡର୍‌ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି।

ଏଥର କରୋନା ଯୋଗୁଁ ସବୁ କିଛି ବଦଳି ଯାଇଛି। ସିବିଏସ୍‌ଇ, ଆଇସିଏସ୍‌ଇ ପରି କେନ୍ଦ୍ରୀୟ ବୋର୍ଡ ସମେତ କେତେକ ରାଜ୍ୟ ବୋର୍ଡ ଦ୍ୱାରା ଚାଲିଥିବା ପରୀକ୍ଷା ଅଧାରୁ ବାତିଲ ହୋଇଛି। ସ୍ଥିତି ସ୍ୱାଭାବିକ ହେବା ପରେ ପରୀକ୍ଷା ତାରିଖ ପୁଣିଥରେ ଘୋଷଣା କରାଯିବ ଏବଂ ପରୀକ୍ଷା ସରିବା କ୍ଷଣି ମୂଲ୍ୟୟାନ ହେବ। ଯଦି ଏପ୍ରିଲ ଶେଷ ଆଡ଼କୁ ସ୍ଥିତି ସ୍ୱାଭାବିକ ହୁଏ, ତେବେ ଏହିସବୁ ପ୍ରକ୍ରିୟା ସରିବାକୁ ମେ’ ମାସ ହୋଇଯିବାର ସମ୍ଭାବନା ରହିଛି। ତେଣୁ ଏଥର ଫଳ ପ୍ରକାଶ ପାଇବାରେ ବିଳମ୍ବ ହେବା ଏକପ୍ରକାର ଥୟ। ସବୁଆଡ଼ୁ ବିଚାର କରାଯାଇ ଚଳିତବର୍ଷ ଗ୍ରୀଷ୍ମ ଛୁଟି ସମୟକୁ ସଂକୁଚିତ କରିବାକୁ ଯୋଜନା କରାଯାଇଛି। ଏହି ସମୟରେ ଶିକ୍ଷାବର୍ଷ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ କରୋନା ଯୋଗୁଁ ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍‌’କୁ ବାତିଲ୍‌ କରାଯାଇଛି। ଜେଇଇ ଆଡଭାନ୍ସଡ୍‌ ସମେତ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପରୀକ୍ଷା ବି ପ୍ରଭାବିତ ହୋଇପାରେ। ତେଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମସ୍ତ ପ୍ରବେଶିକା ପରୀକ୍ଷା ତାରିଖ ବଦଳାଇବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe