ବିଳମ୍ବରେ ବହି ବଣ୍ଟନର ତଦନ୍ତ ହେବ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

Advertisment
ଏବେ ସ୍କୁଲ ବନ୍ଦ ହେବନି: ଗଣଶିକ୍ଷା ମନ୍ତ୍ରୀ

www.chseonss.nic.in

ଭୁବନେଶ୍ବର : ୩ ଦିନ ପ‌ରେ ମାଟ୍ରିକ୍‌ ପରୀକ୍ଷା। ତା’ ପୂର୍ବରୁ ୯ମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯାଉଛି ମାଗଣା ପାଠ୍ୟପୁସ୍ତକ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପିଲାଙ୍କୁ ଏହି ପୁସ୍ତକ ବଣ୍ଟନ ହେଉଥିବା ନେଇ ଜଣାପଡ଼ିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଳମ୍ବରେ ବଣ୍ଟନକୁ ନେଇ ତଦନ୍ତ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦେଶ ଦିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପରୀକ୍ଷାକୁ ଆଉ ଅଳ୍ପ ଦିନ ଥିବାବେଳେ ବହି ବଣ୍ଟା ଯାଉଥିବା ନେଇ ଅଭିଯୋଗ ଆସିଛି। ଘଟଣା ଜଣାପଡ଼ିବା କ୍ଷଣି ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦକୁ କୁହାଯାଇଛି। କାହିଁକି ବିଳମ୍ବ ହେଲା, ସେନେଇ ରିପୋର୍ଟ ମଗାଯାଇଛି। ଏଭଳି ବିଳମ୍ବ ଲାଗି ଯେଉଁମାନେ ଦାୟୀ ରହିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ଅନୁଯାୟୀ, ରାଜ୍ୟର ସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ନବମ ଓ ଦଶମ ଶ୍ରେଣୀର କେବଳ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପୁସ୍ତକ ଦେବାର ବ୍ୟବସ୍ଥା ରହିଛି। ତେବେ ଏବର୍ଷ ନିର୍ଦ୍ଧାରିତ ସମୟରେ ପିଲାଙ୍କୁ ବହି ଯୋଗାଇ ଦିଆଯାଇ ନ ଥିଲା। ବିନା ବହିରେ ଗୋଟିଏ ଶିକ୍ଷାବର୍ଷ ଶେଷ ହୋଇଥିବା ‌ବେଳେ ପରୀକ୍ଷା ସମୟରେ ପିଲାଙ୍କୁ ବହି ବଣ୍ଟନ କରି ବିଭାଗୀୟ ଅଧିକାରୀମାନେ ଖସିଯିବାକୁ ବସିଛନ୍ତି। ଶେଷ ସମୟରେ ବହି ଯୋଗାଣ ହେଉଥିବାରୁ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ନା ବହି ଆଣିବାକୁ ସ୍କୁଲକୁ ଯିବେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe