ଖଣ୍ଡଗିରିରେ ମାଆ, ଝିଅ ରାସ୍ତା ପାରି ହେଉଥିବାବେଳେ ଚଢ଼ିଗଲା ସ୍କୁଲ ବସ୍

Advertisment
ଖଣ୍ଡଗିରିରେ ମାଆ, ଝିଅ ରାସ୍ତା ପାରି ହେଉଥିବାବେଳେ ଚଢ଼ିଗଲା ସ୍କୁଲ ବସ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରିରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମାଆ, ଝିଅ ରାସ୍ତା ପାରି ହେଉଥିବାବେଳେ ଏକ ସ୍କୁଲ ବସ୍ ଚଢ଼ିଯାଇଥିଲା । ଆଉ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ହୋଇଯାଇଥିଲା। ମିଳିଥିବା ସୂଚନା ମୁତାବକ ଖଣ୍ଡଗିରିର ରମାମଣୀ ପେଟ୍ରୋଲ ପମ୍ପ ସମ୍ମୁଖରେ ମାଆ ଝିଅ ରାସ୍ତା ପାରି ହେଉଥିବାବେଳେ ଖଣ୍ଡଗିରି ପଟୁ ଆସୁଥିବା ଏକ ବାଇକ ପ୍ରଥମେ ମହିଳାଙ୍କୁ ଧକ୍କା ଦେବାରୁ ସେ ରାସ୍ତାରେ ପଡ଼ିଯାଇଥିଲେ ।

ଏହି ସମୟରେ ଝିଅ ଦୌଡି ଆସି ମାଆ ପାଖରେ ପହଞ୍ଚିବା ବେଳେ ପଛପଟୁ ଏକ ବସ୍ ଆସି ଝିଅ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ହୋଇଛି । ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିଛି । ମୃତକଙ୍କ ବୟସ ୧୬ ବର୍ଷ ହୋଇଥିବାବେଳେ ତାଙ୍କ ଘର ପୁରୀ ଅଞ୍ଚଳରେ ବୋଲି ଜଣାପଡିଛି | ସେ ଖଣ୍ଡଗିରିର ଅରବିନ୍ଦ ହଷ୍ଟେଲରେ ରହି ପାଠ ପଢୁଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe