School bus hits bike: One dead, three school children injured
ରାଇଘର:ରାଇଘରରେ ବାଇକ ସହିତ ସ୍କୁଲ ବସ୍ର ମୁହାଁମୁହିଁ ଧକ୍କା ହୋଇଛି। ଘଟଣା ସ୍ଥଳରେ ବାଇକ ଚାଳକ ତୁରୁଡିହି ଆଦିବାସୀ ଗ୍ରାମର ସମାରୁ ଗଣ୍ଡ (୬୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ବସ୍ରେ ଯାଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନିଜଣ ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାଇ ରାଇଘର ବିଜୁ ପଟ୍ଟନାୟକ ମଡ଼ର୍ଣ୍ଣ ପବ୍ଲିକ ସ୍କୁଲର ଏକ ବସ୍ ହାଟଭରଣ୍ଡି ଠାରୁ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ସ୍କୁଲକୁ ଆସୁଥିଲା। ଠିକ୍ ଏହି ସମୟରେ ସମାରୁ ଗଣ୍ଡ ଏକ ବାଇକ ଯୋଗେ ରାସ୍ତା ଅତିକ୍ରମ କରି ଗଞ୍ଜାପାରା ପେଟ୍ରୋଲ ପମ୍ପ୍କୁ ଯାଉଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଫଳରେ ସମାରୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବସ୍ରେ ଯାଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନିଜଣ ଆହତ ହୋଇଥିଲେ। ଆହତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ଲାଗି ରାଇଘର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯାଇଛି।
ଅପର ପକ୍ଷରେ ଘଟଣାସ୍ଥଳରେ ରାଇଘର ପୁଲିସ ପହଞ୍ଚି ସମାରୁଙ୍କ ମୃତ ଦେହକୁ ଜବତ କରି ମେଡିକାଲ ଆଣିବା ସହ ଉଭୟ ବାଇକ ଓ ସ୍କୁଲ ବସ୍କୁ ଜବତ କରିଛି। ଡ୍ରାଇଭର ଥାନାରେ ଆତ୍ମ ସମର୍ପଣ କରିଥିବା ବେଳେ ଥାନାରେ ଏକ ମାମଲା ଋଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
ଏହି ମର୍ମନ୍ତୁଦ ଦୁର୍ଘଟଣା ସିସିଟିଭି କେମେରାରେ କଏଦ ହୋଇଛି।
ଦେବେନ୍ଦ୍ର ମିଶ୍ର
Follow Us