The Tribune
ଭୁବନେଶ୍ବର : ସ୍କୁଲ କ୍ୟାମ୍ପସଗୁଡ଼ିକ ସବୁଜିମାମୟ ହେବ। ମୌସୁମୀ ସମୟ ତଥା ବର୍ଷା ଋତୁରେ ପ୍ରାଥମିକ ଓ ହାଇସ୍କୁଲ କ୍ୟାମ୍ପସଗୁଡ଼ିକରେ ବ୍ୟାପକ ବୃକ୍ଷରୋପଣ ଦିଗରେ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଚିଠି ଲେଖି ସମସ୍ତ ଜିଲ୍ଲାପାଳ ତଥା ମୋ ସ୍କୁଲ ଅଭିଯାନର ଜିଲ୍ଲାସ୍ତରୀୟ କମିଟି ଅଧ୍ୟକ୍ଷଙ୍କୁ କହିଛନ୍ତି। ବିଶେଷକରି ଜୁନ୍ରୁ ଅଗଷ୍ଟ ମାସ ମଧ୍ୟରେ ଆଲୁମିନି ଗ୍ରୁପ୍, ସ୍କୁଲ ପରିଚାଳନା କମିଟି, ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗ ଯେପରିକି ଜଙ୍ଗଲ ଓ ପରିବେଶ ବିଭାଗ, ଉଦ୍ୟାନ କୃଷି ନିର୍ଦେଶାଳୟ, ଡିଆରଡିଏ ସହାୟତାରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଶ୍ରୀ ସାହୁ କହିଛନ୍ତି ଯେ ଏହି ବୃକ୍ଷରୋପଣ କେବଳ ଯେ କ୍ୟାମ୍ପସକୁ ସବୁଜିମାମୟ କରିବ ତାହା ନୁହେଁ। ବରଂ ପ୍ରକୃତି ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ହୋଇପାରିବ। ମୋ ସ୍କୁଲ ଅଭିଯାନରେ ଆଲୁମିନିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳ କରିପାରିବେ। ଏଭଳି ଏକ କାର୍ଯ୍ୟରେ ଅନ୍ୟ ବିଭାଗର ଅଧିକାରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି।
Follow Us