ସ୍କୁଲ ପିଲା ଗୋଳିଆ ପାଣି ପିଇବା ପ୍ରସଙ୍ଗ: ୫-ଟି ସଚିବଙ୍କ ନିର୍ଦ୍ଦେଶରେ ତନାଘନା

Advertisment

ଶେଷରେ ପ୍ରଶାସନର ଚେତା ପଶିଲା

ଶେଷରେ ପ୍ରଶାସନର ଚେତା ପଶିଲା

ସ୍କୁଲ ପିଲା ଗୋଳିଆ ପାଣି ପିଇବା ପ୍ରସଙ୍ଗ: ୫-ଟି ସଚିବଙ୍କ ନିର୍ଦ୍ଦେଶରେ ତନାଘନା

ରାଉରକେଲା: କୁଆରମୁଣ୍ଡା ବ୍ଲକ ରିଉଁ ସ୍କୁଲର ଛାତ୍ରଛାତ୍ରୀ ଗୋଳିଆ ପାଣି ପିଉଥିବା ନେଇ ‘ସମ୍ବାଦ’ରେ ପ୍ରକାଶିତ ହେବାପରେ ତନାଘନା ଆରମ୍ଭ ହୋଇଛି। ଗତ ଏପ୍ରିଲ ୨୫ ତାରିଖରେ ଏନେଇ ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା। ଏ ପ୍ରସଙ୍ଗ ୫ଟି ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲା। ଏହାପରେ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଓ ସମାଧାନ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି। ୫ଟି ସଚିବଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛନ୍ତି।

ଆଜି କୁଆରମୁଣ୍ଡା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଆସିଷ୍ଟାଣ୍ଟ୍‌ ଇଞ୍ଜିନିଅର ବନ୍ଦିତା ପ୍ରିୟଦର୍ଶିନୀ ସାମଲଙ୍କ ନେତୃତ୍ବରେ ଏକ ଦଳ ସ୍କୁଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାସହ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ସ୍ଥାନ ବୁଲି ଦେଖିଥିଲେ। ଏହାର ବିସ୍ତୃତ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯିବ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୧୯୫୪ ମସିହାରେ ରିଉଁରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଯାଏଁ ପାଖାପାଖି ୧୧୬ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏମାନଙ୍କ ପାନୀୟ ଜଳ ବ୍ୟବସ୍ଥା ପାଇଁ ଗୋଟିଏ କୂଅ ଓ ତିନିଟି ଟ୍ୟୁବୱେଲ ରହିଛି। ତେବେ ଏଠାକାର କୂଅ ପରିତ୍ୟକ୍ତ ହୋଇ ପଡ଼ିଥିବାବେଳେ ଗୋଟିଏ ଟ୍ୟୁବୱେଲ ଅର୍ଦ୍ଧନିର୍ମିତ ଅବସ୍ଥାରେ। ବଳକା ଦୁଇଟି ଟ୍ୟୁବୱେଲରୁ ଗୋଳିଆ ପାଣି ବାହାରୁଛି। ଫଳରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଯାବତୀୟ ସମସ୍ୟା ଭୋଗୁଛନ୍ତି।

publive-image

ଏମିତିକି ମଧ୍ୟାହ୍ନ ଭୋଜନ ରୋଷେଇ କରିବାକୁ ଦିନକ ପୂର୍ବରୁ ପାଣି ସଂଗ୍ରହ କରି କପଡ଼ାରେ ଛାଣି ରଖାଯାଉଛି। କିଛି ଦିନ ପୂର୍ବେ ‌ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପକ୍ଷରୁ ଏକ ଆକ୍ବାଗାର୍ଡ‌ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ମାତ୍ରାଧିକ କାଦୁଅ ମିଶ୍ରିତ ଗୋଳିଆ ପାଣି ଯୋଗୁଁ ସପ୍ତାହକ ମଧ୍ୟରେ ଏହା ଅଚଳ ହୋଇପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe