ଗାଁରେ ସ୍କୁଲ ବନ୍ଦ ହୋଇଗଲା: ୫ କିଲୋମିଟର ଯାଇ ପାଠ ପଢିବାକୁ ପିଲା ଅମଙ୍ଗ

Advertisment

ଓଡ଼ିଆ ବଦଳରେ ତେଲୁଗୁ କହିବାକୁ ପିଲା ପସନ୍ଦ କରନ୍ତି

ଓଡ଼ିଆ ବଦଳରେ ତେଲୁଗୁ କହିବାକୁ ପିଲା ପସନ୍ଦ କରନ୍ତି

ଗାଁରେ ସ୍କୁଲ ବନ୍ଦ ହୋଇଗଲା: ୫ କିଲୋମିଟର ଯାଇ ପାଠ ପଢିବାକୁ ପିଲା ଅମଙ୍ଗ

ରାୟଗଡ଼ା: ରାୟଗଡା ଜିଲ୍ଲା ଅନ୍ତର୍ଗତ ଜିମିଡ଼ିପେଣ୍ଟା ପଞ୍ଚାୟତର କେସଡା ଗ୍ରାମରେ ପିଲା ଏବେ ଅଶିକ୍ଷିତ ହେଲେଣି। ବହି ବସ୍ତାନୀ ଧରିବା ବଦଳରେ ହାତରେ ବାଡ଼ି ଧରି ଗାଈ ଚରାଇବାକୁ ପସନ୍ଦ କରୁଛନ୍ତି। ୧୯୭୩ ମସିହାରେ କେସଡ଼ା ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଲୟ ଖୋଲାଯାଇଥିଲା। ଏହି ଗ୍ରାମଟି ଦୁର୍ଗମ ଏବଂ ଅପହଞ୍ଚ ହୋଇଥିବାରୁ ପ୍ରାୟତଃ ସ୍କୁଲର ଶିକ୍ଷକମାନେ ନିୟମିତ ଏଠାକୁ ଆସନ୍ତି ନାହିଁ, ଯାହାଫଳରେ ପିଲାମାନେ ମଧ୍ୟ ସ୍କୁଲକୁ ଯାଇନଥାନ୍ତି। ଗ୍ରାମର ପ୍ରାୟ ପିଲା ଓଡ଼ିଆ ଭାଷା ଶିକ୍ଷା ଲାଭ କରିପାରିନାହାନ୍ତି। ପିଲାମାନେ ଓଡ଼ିଆ ବଦଳରେ ତେଲୁଗୁରେ କଥାବାର୍ତ୍ତା ହେବାକୁ ପସନ୍ଦ କରନ୍ତି। ଗତ ୫ ବର୍ଷ ହେଲା ସ୍କୁଲରେ ପିଲା ହେଉନଥିବା ଦର୍ଶାଇ ପ୍ରଶାସନ ଏହି ସ୍କୁଲକୁ ବନ୍ଦ କରିବାକୁ ସରକାରଙ୍କୁ ଅବଗତ କରାଇଥିଲେ। ଏବେ ସ୍କୁଲ ବନ୍ଦ ହୋଇଯାଇଥିବାରୁ ଏହି ଗ୍ରାମର ପିଲାଙ୍କୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଲୁମ୍ବେସ ଗ୍ରାମରେ ଥିବା ସ୍କୁଲକୁ ଯାଇ ପାଠ ପଢ଼ିବାକୁ କୁହାଯାଇଥିବା କିଛି ଅଭିଭାବକମାନେ କହିଛନ୍ତି।

ତେବେ ପିଲାମାନେ ଅନ୍ୟ ସ୍କୁଲକୁ ଯାଇ ପାଠ ପଢ଼ିବାକୁ ପସନ୍ଦ କରୁନାହାନ୍ତି। ବାଧ୍ୟ ହୋଇ ପିଲାମାନଙ୍କୁ ଅଭିଭାବକମାନେ ଗାଈ ଚରାିବା କିମ୍ବା ଘରର ଅନ୍ୟ କାମରେ ନିୟୋଜିତ କରୁଛନ୍ତି। ପଡ଼ୋଶୀ ଆନ୍ଧ୍ରର ଛାପ ଏହି ଗ୍ରାମଗୁଡିକରେ ପଡିଥିବାରୁ ଗ୍ରାମର ସମସ୍ତେ ତେଲୁଗୁ ଭାଷାରେ କଥାବାର୍ତ୍ତା କରିବା ସହ ତେଲୁଗୁ ପାଠ ପଢିବାକୁ ମଧ୍ୟ ପସନ୍ଦ କରନ୍ତି। କାରଣ ଓଡ଼ିଆରେ ପାଠ ପଢିବା ସେମାନଙ୍କୁ କଷ୍ଟ ହେଉଥିବା ଦେଖବାକୁ ମିଳିଛି। ସମସ୍ତ ସୀମାନ୍ତ ଗ୍ରାମରେ ଏଭଳି ଅବସ୍ଥା ରହିଛି। ସ୍କୁଲମାନଙ୍କରେ ଶିକ୍ଷକ ନିୟମିତ ଆସୁନଥିବାରୁ ପିଲାମାନେ ଓଡିଆ ଭୁଲିଗଲେଣି। ପ୍ରଶାସନର ପାଦ ଏହି ଗ୍ରାମଗୁଡିକରେ କେବେ ପଡିନଥିବାରୁ ଲୋକେ ସରକାରଙ୍କର କୌଣସି ମୌଳିକ ସୁବିଧା ମଧ୍ୟ ପାଇପାରୁନାହାନ୍ତି।

ଗ୍ରାମରେ ଅଂଗନବାଡି ମଧ୍ୟ ନାହିଁ। ଅନ୍ୟ ଗ୍ରାମରେ ଥିବା ଅଙ୍ଗନବାଡି ଗ୍ରାମ ଉପରେ ହିଁ ଏହି ଗ୍ରାମର ଲୋକେ ନିର୍ଭର କରନ୍ତି। ଗ୍ରାମରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଘର ରହିଛି। ଗ୍ରାମର ଜଣେ ବ୍ୟକ୍ତି ରାଜୁ କୁଲେସିକାଙ୍କ କହିବା ଅନୁଯାୟୀ ଗ୍ରାମରେ ପିଲାମାନେ ଅଶିକ୍ଷିତ ହୋଇଗଲେଣି। ପାଠ ପଢିବାକୁ ସେମାନେ ପସନ୍ଦ କରୁନାହାନ୍ତି। ଗ୍ରାମରେ ଜଣେ ବ୍ୟକ୍ତି ପିଲାଙ୍କୁ ପାଠ ପଢାଇବାକୁ ପ୍ରସ୍ତୁତି ଥିବା ବେଳେ ତାଂକ ଘରେ ଜାଗା ନଥିବାରୁ ପିଲାମାନେ ମଧ୍ୟ ପାଠ ପଢି ପାରୁନାହାନ୍ତି। ଗାଁକୁ ରାସ୍ତା ନଥିବା ବେଳେ ପାହାଡ ତଳେ ଗାଁଟି ରହିଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। କେସଡା ଗ୍ରାମରେ ତୁରନ୍ତ ବିଦ୍ୟାଳୟକୁ ଆରମ୍ଭ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏବେ ମଧ୍ୟ ବିଦ୍ୟାଳୟଟି ରହିଛି। ସୀମାନ୍ତ ଗ୍ରାମଗୁଡିକରେ ସ୍କୁଲ ନଥିବା ହେତୁ ପଡୋଶୀ ଆନ୍ଧ୍ର ଏହାର ଫାଇଦା ଉଠାଉଥିବା ଦେଖିବାକୁ ମିଳିଛି। ତେଲେଗୁ ଭାଷାକୁ ସେଠାରେ ପ୍ରଚଳନ କରିବା ସହ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରି ସେହି ଗ୍ରାମକୁ ଆନ୍ଧ୍ରରେ ମିଶାଇବାକୁ ଯୋଜନା କରୁଛି। ତୁରନ୍ତ ଏଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନନେବ ତେବା ଆଗକୁ ପରିସ୍ଥିତି ଆହୁରି ବିଗିଡିବ ବୋଲି କୁହାଯାଇଛି।ସୀମାନ୍ତ ଗ୍ରାମଗୁଡିକ ଉପରେ ପ୍ରଶାସନର ଦୃଷ୍ଟି ପଡୁ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe