ହାଇସ୍କୁଲରେ ଖୋଲିବ ‘ସ୍କୁଲ କ୍ଲବ୍‌’

Advertisment

୯୬ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ପୁନଃଗଠିତ ହେବ ପ୍ରାଥମିକ ସ୍କୁଲ କ୍ୟାବିନେଟ୍‌

୯୬ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ପୁନଃଗଠିତ ହେବ ପ୍ରାଥମିକ ସ୍କୁଲ କ୍ୟାବିନେଟ୍‌

ଘରୋଇ ସ୍କୁଲରେ ପଢ଼ିବାକୁ ୯୭୧୭ ଗରିବ ପିଲା ଯୋଗ୍ୟ

Tribune India

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ (ହାଇସ୍କୁଲ)ରେ ଖୋଲିବ ‘ସ୍କୁଲ କ୍ଲବ୍‌’। ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ୨୦୨୩-୨୪ ଶିକ୍ଷାବର୍ଷଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ଏହା ଖୋଲାଯିବ। କ୍ଲବ୍‌ଗୁଡ଼ିକର ନାମ ଯଥାକ୍ରମେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡ଼ାଙ୍ଗନ ରହିବ। ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ପ୍ରବର୍ତ୍ତିତ ଆକାଂକ୍ଷୀ ପାଠ୍ୟକ୍ରମକୁ ଅଧିକ ପ୍ରୋତ୍ସାହନ ଯୋଗାଇବା ସହ ସେମାନଙ୍କ ବ୍ୟକ୍ତିଗତ ଶିକ୍ଷଣ ଅଭିଜ୍ଞତାକୁ ବିକଶିତ କରିବାରେ ଏହି କ୍ଲବ୍‌ ବିଶେଷ ସହାୟକ ହେବ।

‘ସ୍କୁଲ କ୍ଲବ୍‌’ ମାଧ୍ୟମରେ ପିଲାମାନେ କେବଳ ଶ୍ରେଣୀଗୃହରେ ସୀମିତ ନ ରହି ନିଜ ଆଗ୍ରହ ଅନୁସାରେ ଭବିଷ୍ୟତ ଯୋଜନା କରିବାକୁ ସୁଯୋଗ ପାଇବେ। ପ୍ରତ୍ୟେକ କ୍ଲବ୍‌ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବା ସହ ସେମାନଙ୍କ କାର୍ଯ୍ୟକଳାପକୁ ସଙ୍ଗଠିତ କରିବା ପାଇଁ ମେଣ୍ଟର ଦାୟିତ୍ୱରେ ରହିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, କ୍ରୀଡ଼ା ବିଭାଗ, ଓଡ଼ିଶା ଜୈବ ବିବିଧତା ବୋର୍ଡ, ଓଡ଼ିଶା ବିଜ୍ଞାନ ଏକାଡେମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ, ୟୁନିସେଫ୍‌, ଲର୍ଣ୍ଣଂ ଲିଙ୍କ୍‌ ଫାଉଣ୍ଡେସନ୍‌, କ୍ବେଷ୍ଟ ଆଲାଏନ୍ସ, ବ୍ରିଟିସ୍‌ କାଉନସିଲ୍‌ ପ୍ରମୁଖ ସଙ୍ଗଠନଙ୍କ ସହଯୋଗରେ ମୋ ସ୍କୁଲ ଅଭିଯାନ ଏହି କ୍ଲବ୍‌ ପ୍ରଚଳନ କରିବ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥୀ ଏସ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ମୋ ସ୍କୁଲ ଅଭିଯାନ’ର ୩୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ କ୍ଲବ୍‌ ବ୍ୟବସ୍ଥାର ସୁପରିଚାଳନା ସହ ପୁରାତନ ଛାତ୍ରଛାତ୍ରୀଙ୍କ ସହେଯାଗରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର କ୍ୟାବିନେଟ୍‌ର ପୁନଃଗଠନ ଉପରେ ଆଲୋଚନା କରାଯାଇଥିଲା। ସ୍କୁଲ କ୍ୟାବିନେଟ୍‌ର ରୂପାନ୍ତରଣ ଦ୍ୱାରା ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପଦ୍ଧତିକୁ ଅଧିକ ବିକଶିତ କରାଯାଇ ପାରିବ। ଏଥିସହ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୋଗାଯୋଗ ଦକ୍ଷତା, ଦାୟିତ୍ୱସମ୍ପନ୍ନ ଓ ଅନ୍ୟାନ୍ୟ ସାମାଜିକ ଦକ୍ଷତା ବୃଦ୍ଧି ଦିଗରେ କାର୍ଯ୍ୟ କରାଯାଇ ପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ବୈଠକରେ ୨୭ଟି ଜିଲ୍ଲାର ୯୬ କୋଟି ୫୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହାଦ୍ବାରା ୨୫୧୩ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ହୋଇପାରିବ। ବାଲେଶ୍ୱରରେ ସର୍ବାଧିକ ୧ କୋଟି ୭୧ ଲକ୍ଷ, ଯାଜପୁରରେ ୮୨ ଲକ୍ଷ, ଗଞ୍ଜାମରେ ୭୩ ଲକ୍ଷ, କଟକରେ ୫୩ ଲକ୍ଷ ଓ ଜଗତସିଂହପୁରରେ ୪୭ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଥିବା ବୈଠକରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe