ଗଛପଡ଼ି ଭାଙ୍ଗିଲା ସ୍କୁଲ ପାଚେରି, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

Advertisment
ଗଛପଡ଼ି ଭାଙ୍ଗିଲା ସ୍କୁଲ ପାଚେରି, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକରେ ସୋମବାର ଦିବା ୧୨ଟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ  ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବିରାଟକାୟ ଗଛ ଭାଙ୍ଗିଯାଇ ସ୍କୁଲ ପାଚେରି ଉପରେ ପଡ଼ିଥିଲା। ପାଚେରି ଭାଙ୍ଗି ଯାଇଥିବା ବେଳେ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଗଛଟି ମୁଖ୍ୟ ରାସ୍ତାରେ ପଡ଼ିଥିବାରୁ ରାସ୍ତା ଅବରୋଧ ହୋଇଥିଲା। ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ହାବିଲଦାର ଦେବରାଜ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଆସି ଗଛ କାଟି ରାସ୍ତାରୁ କିଛି ଅଂଶ ହଟାଇବା ପରେ ଛୋଟ ଛୋଟ ଗାଡ଼ି ଯିବାଆସିବା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe