ପ୍ରଧାନଶିକ୍ଷକଙ୍କ ଠାରୁ ଲାଞ୍ଚ ନେବା ମାମଲା : ସ୍କୁଲ ମଣ୍ଡଳ ନିରୀକ୍ଷକଙ୍କୁ ୨ ବର୍ଷ ଜେଲ୍

୨ ଦାଦନଙ୍କ ହାତ କାଟିବା ଘଟଣା: ଶେଷ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

Photo Credit: Representative Image

ଭୁବନେଶ୍ୱର : ପ୍ରଧାନଶିକ୍ଷକଙ୍କ ଠାରୁ ଲାଞ୍ଚ ନେବା ମାମଲାରେ ପୁରୀ ଜିଲ୍ଲାର ଅବସରପ୍ରାପ୍ତ ମଣ୍ଡଳ ନିରୀକ୍ଷକ ଲିଙ୍ଗରାଜ ଦଳେଇଙ୍କୁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ଭୁବନେଶ୍ବର ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ। ଶ୍ରୀ ଦଳେଇଙ୍କୁ ୨ବର୍ଷ ଜେଲ୍‌ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି।

ମାମଲାରୁ ଜଣାପଡ଼ିଛି, ନୟାଗଡ଼ ଜିଲ୍ଲା କଣ୍ଟିଲୋ କୁଞ୍ଜବିହାରୀ ବାଳିକା ଉଚ୍ଚବିଦ୍ୟାଳୟର ତତ୍କାଳୀନ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଜେନାଙ୍କ ବକେୟା ପ୍ରାପ୍ୟ ପାଇଁ ଶ୍ରୀ ଦଳେଇ ଲାଞ୍ଚ ମାଗିଥିଲେ। ୨୦୦୪ ନଭେମ୍ବର ୭ ତାରିଖରେ ଶ୍ରୀ ଦଳେଇ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ତାଙ୍କୁ ଗିରଫ କରା ଯାଇଥିଲା। ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ଓକିଲ ଅଜୟ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe