ସ୍କୁଲ୍‌ ଫି ମାମଲା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜବାବ ଦାଖଲ

ଗଣ୍ଠିଲିରେ ବନ୍ଧା ହୋଇଛି ୫୮ହଜାର ପୁସ୍ତକ, ପରୀକ୍ଷା ଆରମ୍ଭ ହେଲା ପଛେ ୫ ହଜାର ପିଲାଙ୍କୁ ଯୋଗାଣ ନୋହିଲା

Northeast Now

କଟକ : ସ୍କୁଲ ଫି ବୃଦ୍ଧି ପ୍ରସଂଗ ସଂପର୍କିତ ମାମଲା‌ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ଗଣଶିକ୍ଷା ବିଭାଗର ଜବାବ ଉପରେ ଆବେଦନକାରୀଙ୍କ ତରଫରୁ ମଧ୍ୟ ପ୍ରତିଜବାବ ଦାଖଲ କରାଯାଇଛି। ପ୍ରତିଜବାବର କପି ଗଣଶିକ୍ଷା ବିଭାଗ ଷ୍ଟାଣ୍ଡିଂ କାଉନସିଲଙ୍କୁ ପ୍ରଦାନ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୩କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ୨୦୨୨, ମାର୍ଚ୍ଚ ୭ରେ ହାଇକୋର୍ଟ ଅଭିଭାବକଙ୍କ ମହାସଂଘ ତରଫରୁ ଆଗତ ମାମଲାର ଶୁଣାଣି କରି ଚାରି ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସ୍କୁଲ କର୍ତ୍ତୃପକ୍ଷଙ୍କ ନିଟକରେ ଛାତ୍ରଛାତ୍ରୀ ଜମା କରୁଥିବା ଫି ପ୍ରସଙ୍ଗର ଭବିଷ୍ୟତ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ‌ନିୟମ ଉଲ୍ଲଂଘନ କରି କେତେକ ଘରୋଇ ସ୍କୁଲ ଫି ବୃଦ୍ଧି କରିଛନ୍ତି ବୋଲି ଅଭିଯୋଗ ଆଣି ଏହି ମାମଲା ରୁଜୁ ହୋଇଥିଲା। ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଣଶିକ୍ଷା ସଚିବଙ୍କ ମଧ୍ୟସ୍ଥତାରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। କିନ୍ତୁ, ଏହି ଏମଓୟୁକୁ କେତେକ ସ୍କୁଲ ମାନୁନାହାନ୍ତି। କରୋନା ମହାମାରୀ ସମୟରେ ସ୍କୁଲ ଫି ଛାଡ଼ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ୨୦୨୦ରେ ଏ ନେଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe