୩ ମାସର ସ୍କୁଲ୍‌ ଫି’ ପୈଠ ଅବଧି କୋହଳ କରିବାକୁ ‘ଅପୋସା’ର ନିଷ୍ପତ୍ତି

Advertisment
୭ରୁ ଖୋଲିବ ଶିକ୍ଷାନୁଷ୍ଠାନ; ପ୍ରଥମେ ହାଇସ୍କୁଲ୍, କଲେଜ, ୧୪ରୁ ଖୋଲିବ ପ୍ରଥମରୁ ୭ମ

The Indian Expert

ଭୁବନେଶ୍ୱର : କରୋନା ଜନିତ ବିପର୍ଯ୍ୟୟରେ ଜର୍ଜରିତ ଓ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାଧାରଣ ଜନତା ତଥା ଅଭିଭାବକମାନଙ୍କର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ୍‌ସ୍ ଆସୋସିଏସନ୍(ଅପୋସା)ର ରାଜ୍ୟସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଆଜି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ସଂଘର ପ୍ରତ୍ୟେକ ଜିଲ୍ଲାର ଅଧିକାରୀଙ୍କ ମତକୁ ପ୍ରାଧାନ୍ୟ ଓ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କର ବୃହତ୍ ସ୍ୱାର୍ଥକୁ ଗୁରୁତ୍ୱ ପ୍ରଦାନ କରି ଏକ ବିଶେଷ ପ୍ରସ୍ତାବ ଗୃହୀତ ହୋଇଛି।

ଅଭିଭାବକଙ୍କ ଆର୍ଥିକ ଓ ସାମାଜିକ ଦୁସ୍ଥତାକୁ ଦୃଷ୍ଟିରେ ରଖି ସଂଘ ତା’ର ସାମାଜିକ ଦାୟିତ୍ୱ ସ୍ୱରୂପ ତିନି ମାସ (ଏପ୍ରିଲ, ମେ ଏବଂ ଜୁନ୍‌)ର ସ୍କୁଲ ଫି’ ପୈଠ କରିବାର ଅବଧିକୁ କୋହଳ କରି ବିଦ୍ୟାଳୟ ଖୋଲିବା ପରେ ଜୁନ୍ ମାସ ଶେଷ ସୁଦ୍ଧା ପୈଠ କରିବାର ବିକଳ୍ପ ପ୍ରଦାନ କରିଛି। ଏହି ବର୍ଦ୍ଧିତ ସମୟ ପାଇଁ ଅଭିଭାବକମାନଙ୍କୁ କୌଣସି ବିଳମ୍ବ ଦେୟ ପ୍ରଦାନ କରିବାକୁ ପଡ଼ିବ ନାହିଁ। ‘ଲକ୍‌ଡାଉନ୍‌’ ଯୋଗୁଁ ଯେଉଁ ଅଭିଭାବକମାନଙ୍କର ଆୟ ଗଭୀର ଭାବେ ପ୍ରଭାବିତ ହୋଇଛି, ସେମାନଙ୍କର ବୋଝ କିଛି ମାତ୍ରାରେ ଲାଘବ ହେବ ବୋଲି ସଂଘ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଆହୁରି କୁହାଯାଇଛି ଯେ ରାଜ୍ୟରେ ପ୍ରାୟ ୯ ହଜାର ଘରୋଇ ବିଦ୍ୟାଳୟରେ ୫ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟରତ। ଏଠାକାର ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ସହିତ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ କର୍ମ ନିଯୁକ୍ତି ଦିଆଯାଇଛି। ସମସ୍ତ ଘରୋଇ ବିଦ୍ୟାଳୟ ଏହି ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ନିଜର କର୍ମଚାରୀଙ୍କୁ ଯଥାସମ୍ଭବ ମାସିକ ବେତନ ଦେବା, ବିଦ୍ୟାଳୟର ଘରଭଡ଼ା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦେୟ ଦେବାର ବୋଝ ତଳେ ଚାପି ହୋଇଛନ୍ତି। ଏହି ତିନି ମାସର ଫି’ ଆଦାୟ ନ ହୋଇପାରିଲେ ଅଧିକାଂଶ ଘରୋଇ ବିଦ୍ୟାଳୟର ଆର୍ଥିକ ବୋଝ ବହନ କରିବାର ଅକ୍ଷମତା ଯୋଗୁଁ ଲକ୍ଷାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଗୁଜୁରାଣ ଓ କିଛି କ୍ଷେତ୍ରରେ ନିଯୁକ୍ତି ହରାଇବାର ସମସ୍ୟା ମଧ୍ୟ ଉପୁଜିପାରେ ବୋଲି ସଂଘର ସଭାପତି ସତ୍ୟ ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ଅବନ୍ତୀ କୁମାର ସୂତାର, ଉପ ସଭାପତି ରାମବଲ୍ଲଭ ପରିଡ଼ା, ଯୁଗ୍ମ ସମ୍ପାଦକ ଶିଶିର ପାଇକରାୟ ପ୍ରମୁଖ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe