କନ୍ୟାଶ୍ରମରେ କେଳେଙ୍କାରୀ : ବନ୍ଦ କୋଠରିରୁ ଗର୍ଭବତୀ ଛାତ୍ରୀ ଉଦ୍ଧାର

Advertisment

ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଅଟକ

ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଅଟକ

କନ୍ୟାଶ୍ରମରେ କେଳେଙ୍କାରୀ : ବନ୍ଦ କୋଠରିରୁ ଗର୍ଭବତୀ ଛାତ୍ରୀ ଉଦ୍ଧାର

ନନ୍ଦପୁର : ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ବାଲଡ଼ା ସେବାଶ୍ରମରେ ଯୌନ କେଳେଙ୍କାରୀ। ୫ଦିନ ହେଲା ଗୋଟିଏ କୋଠରିରେ ବନ୍ଦୀ ହୋଇ ରହିଥିବା ୯ମ ଶ୍ରେଣୀର ଜଣେ ଗର୍ଭବତୀ ଛାତ୍ରୀଙ୍କୁ ପୁଲିସ ଉଦ୍ଧାର କରିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ହିଁ ଛାତ୍ରୀଙ୍କୁ ଗର୍ଭବତୀ କରିବା ପରେ କୋଠରିରେ ରଖି ବାହାର ପଟୁ ତାଲା ପକାଇ ଦେଇଥିବା ଅଭିଯୋଗ ଉଠିଛି।

ସୂଚନାନୁଯାୟୀ, ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା କନ୍ୟାଶ୍ରମରେ ଗତ ୨୬ତାରିଖରେ ପୂଜା ଛୁଟି ଘୋଷଣା କରାଯାଇଥିଲା। ପିଲାମାନେ ଘରକୁ ଫେରିଥିବା ବେଳେ ନବମ ଶ୍ରେଣୀର ସଂପୃକ୍ତ ଛାତ୍ରୀ ଜଣକ ଘରକୁ ନଆସିିବାରୁ ତାଙ୍କ ବାପା ଗତ ୨୮ତାରିଖରେ ସେବାଶ୍ରମକୁ ଯାଇ ପ୍ରଧାନ ଶିକ୍ଷକ ବିଦୁ ଭୂଷଣ ନାୟକଙ୍କୁ ପଚାରିଥିଲେ। ତେବେ ଛୁଟିରେ ସବୁ ପିଲା ଘରକୁ ଚାଲି ଯାଇଛନ୍ତି କହି ଶ୍ରୀ ନାୟକ ଫେରାଇ ଦେଇଥିଲେ। ସେଠାରୁ ନିରାଶ ହୋଇ ଫେରି ଛାତ୍ରୀଙ୍କ ବାପା ବିଭିନ୍ନ ଗାଁକୁ ଯାଇ ଝିଅର ସହପାଠିନୀମାନଙ୍କୁ ପଚରା ଉଚୁରା କରିଥିଲେ। ମାତ୍ର କୌଣସି ସୂଚନା ପାଇ ନଥିଲେ। ତେଣୁ ଆଜି ବିଦ୍ୟାଳୟକୁ ଯାଇ ପୁଣି ପଚାରିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଏ ସମ୍ପର୍କରେ କିଛି ଜାଣି ନଥିବା କହିଥିଲେ। ତେବେ ତାଙ୍କ ହାବଭାବରେ ସନ୍ଦେହ ପ୍ରକଟ କରି ଛାତ୍ରୀଙ୍କ ବାପା ପାଡୁଆ ଥାନାରେ ଅଭିଯୋଗ କରିଥିଲେ। ଏସ୍‌ଆଇ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ୍‌ ବାଲଡ଼ା ସେବାଶ୍ରମକୁ ଯାଇ ପଚରା ଉଚୁରା କରିବାରେ ଛାତ୍ରୀ ଜଣକ ବିଦ୍ୟାଳୟରେ ହିଁ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଗର୍ଭବତୀ ଛାତ୍ରୀଙ୍କୁ ଗୋଟିଏ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଥିଲା।

ଏଣେ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ବିବାହିତ ହୋଇଥିବା ବେଳେ ଧରା ପଡ଼ିଯିବା ପରେ ଗର୍ଭବତୀ ଛାତ୍ରୀଙ୍କୁ ବିବାହ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଛାତ୍ରୀଙ୍କ ବାପା କୌଣସି କଥା ନଶୁଣି ଆଜି ପ୍ରଧାନ ଶିକ୍ଷକଙ୍କ ବିରୋଧରେ ପାଡୁଆ ଥାନାରେ ଏତଲା ଦେଇଥିଲେ। ଆସନ୍ତାକାଲି ଉଭୟ ଛାତ୍ରୀ ଓ ପ୍ରଧାନ ଶିକ୍ଷକଙ୍କ ଡାକ୍ତରୀମାଇନା କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe