ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ କାରାଦଣ୍ଡାଦେଶ

Advertisment

ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ନିର୍ଦ୍ଦେଶ

ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ନିର୍ଦ୍ଦେଶ

ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ନୟାଗଡ଼ : ଏକ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଅପହରଣ, ଦୁଷ୍କର୍ମ ମାମଲାର ବିଚାର କରି ନୟାଗଡ଼ ପକ୍ସୋ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଶରଣକୁଳ ଥାନା ଅଧୀନ ଚଢ଼େୟାପଲ୍ଲୀ ଗ୍ରାମର କୈଳାସ ନାୟକଙ୍କ ପୁଅ ଦୋଷୀ ବୁଲୁ ନାୟକକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସମେତ ୩୦ ହଜାର ଟଙ୍କା ଜରିମାନା କରିଛନ୍ତି। ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ପକ୍‌ସୋ କୋର୍ଟ ବିଚାରପତି ନିରଞ୍ଜନ ପଣ୍ଡା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

୨୦୧୮ ମସିହା ଅକ୍ଟୋବର ମାସରେ ନାବାଳିକା ଜଣକ ସ୍କୁଲ ଯାଉଥିବା ବେଳେ, ବୁଲୁ ନାୟକ ତାଙ୍କୁ ଏକ ଜଙ୍ଗଲ ମଧ୍ୟକୁ ଅପହରଣ କରିନେଇଥିଲା। ସେଠାରେ ତାଙ୍କୁ ଦୁଷ୍କର୍ମ କରିବା ସହିତ ରାତି ହେବାରୁ ନିଜ ଘରକୁ ନେଇଯାଇଥିଲା। ପୀଡ଼ିତାଙ୍କ ପରିବାର ପକ୍ଷରୁ ଏନେଇ ଓଡ଼ଗାଁ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଦୋଷୀ ବୁଲୁ ନାୟକ ହାଇକୋର୍ଟରୁ ଜାମିନ୍‌ ପାଇଯାଇଥିଲା। ପ୍ରାୟ ୫ ବର୍ଷ ଧରି ମାମଲାର ବିଚାର ଚାଲିଥିଲା। ଶେଷରେ, ୧୪ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ମାଇନା ରିପୋର୍ଟ, ପ୍ରତିପକ୍ଷ ଓ ସରକାରୀ ଓକିଲଙ୍କ ଜବାବ ସୁଆଲକୁ ତର୍ଜମା କରି ବିଚାରପତି ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଓକିଲ ଅମୀୟ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe