ଜୟପୁର : ଠୋସ୍ ପ୍ରମାଣ ସଂଗ୍ରହ ହେବ। କୋର୍ଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରାଯିବ। ଅଭିଯୁକ୍ତ ଯେମିତି ଆଇନର ଗଳା ବାଟ ଦେଇ ଖସିଯିବ ନାହିଁ ସେଥିପାଇଁ ପୂରା ଧ୍ୟାନ ଦିଆଯିବ। ଜୟପୁର ଉପକଣ୍ଠ ଫାମ୍ପୁଣି ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣାରେ ମାମଲାକୁ ଦୃଢ଼ କରି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଏମିତି ନିଷ୍ପତ୍ତି ନେଇଛି ଜୟପୁର ପୁଲିସ। ସୂଚନା ଅନୁସାରେ, ଏଥିପାଇଁ ଛାତ୍ରୀଙ୍କ ଡିଏନଏ ଟେଷ୍ଟ କରିବାକୁ ବି ପୁଲିସ ସ୍ଥିର କରିଛି। ତେବେ ସବୁ ପ୍ରକ୍ରିୟା ଆଇନ ଅନୁଯାୟୀ ହିଁ ହେବ। ତେଣୁ ନାବାଳିକା, ପରିବାର, କୋର୍ଟ, ଦୁଇ ଜଣିଆ ଡକ୍ତରୀ ଦଳ, ସିଡବ୍ଲୁସିର ଫୁଲ ବେଞ୍ଜ ଓ ଡିସିପିଓଙ୍କ ନିଷ୍ପତ୍ତି ପରେ ଏହି ଟେଷ୍ଟ କରାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଜୟପୁର ଏସ୍ଡପିଓ ବରୁଣ ଗୁଣ୍ଟୁପାଲ୍ଲୀ।
ଜୟପୁର ଉପକଣ୍ଠ ଫାମ୍ପୁଣି ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣା : ପୀଡ଼ିତା ଛାତ୍ରୀଙ୍କ ଡିଏନ୍ଏ ପରୀକ୍ଷା ହେବ
Advertisment
Follow Us