ପାଣି ପାଇଁ ସ୍କୁଲରେ ତାଲା

ପାଣି ପାଇଁ ସ୍କୁଲରେ ତାଲା

Shutterstock

ମାନେଶ୍ୱର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ ୩୭ ପୁଟିବନ୍ଧ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ମୁଖ୍ୟ ପ୍ରବେଶ ଦ୍ୱାରରେ ୩ ଦିନ ହେଲା ତାଲାପଡ଼ିଛି। ଛାତ୍ରଛାତ୍ରୀମାନେ ଜଳ ସଂକଟ ପ୍ରତିବାଦରେ ସ୍କୁଲ ପ୍ରବେଶ ଦ୍ବାରରେ ତାଲା ପକାଇଛନ୍ତି। ଲକ୍‌ଡାଉନ ପ୍ରାରମ୍ଭରୁ ଏହି ସ୍କୁଲରେ ଜଳ ସଙ୍କଟ ଲାଗି ରହିଥିଲା। ଏଠାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା ରହିଛି । ମୋଟ ୯୮ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। କିନ୍ତୁ, ପାନୀୟ ଜଳ ଅଭାବ ସେମାନଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟି ଯାଇଛି ।

ଝିଅଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ରହିଛି କିନ୍ତୁ ପାଣି ନଥିବାରୁ ଏହା କୌଣସି ବ୍ୟବହାରରେ ଆସୁନାହିଁ। ଅପରିଷ୍କାର ହୋଇ ପଡ଼ି ରହିଛି। ପୁଅମାନଙ୍କ ପାଇଁ ପାଇଖାନା ବ୍ୟବସ୍ଥା ନାହିଁ। ଫଳରେ ଛାତ୍ରଛାତ୍ରୀ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଛାତ୍ରୀମାନେ ଶୌଚ ପାଇଁ ବାଧ୍ୟ ହୋଇ ଖୋଲା ପଡ଼ିଆକୁ ଯାଉଛନ୍ତି । ଏନେଇ ଅନେକ ଥର ସ୍ଥାନୀୟ ଲୋକେ ଜିଲ୍ଲାପାଳ ଏବଂ ରେଙ୍ଗାଲି ବିଧାୟକଙ୍କୁ ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳୁନଥିବାରୁ ତିନିଦିନ ହେଲା ଛତ୍ରଛାତ୍ରୀ ସ୍କୁଲ ଦ୍ୱାରରେ ତାଲା ପକାଇ ଦେଇଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ତତ୍ପରତା ଦେଖାଉ ନାହିଁ। ତେଣୁ, ସମସ୍ୟା ସମାଧାନ ନହେବା ଯାଏ ସ୍କୁଲର ପ୍ରବେଶ ଦ୍ୱାର ବନ୍ଦ ରଖିବେ ବୋଲି ଗାଁ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe