ଏବେ ଛାତ୍ରଛାତ୍ରୀମାନଙ୍କ କୋଭିଡ ଟେଷ୍ଟ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

Advertisment
ଏବେ ଛାତ୍ରଛାତ୍ରୀମାନଙ୍କ କୋଭିଡ ଟେଷ୍ଟ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ରାଜ୍ୟରେ ସ୍କୁଲଗୁଡ଼ିକ ଖୋଲିବା ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏ ନେଇ ଆଜି ପୁଣି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସେ କହିଛନ୍ତି, ଗୋଟିଏ ସେକ୍ସସନରେ ୨୦ରୁ ୨୫ ପିଲା ପଢିବେ। ବିଶୋଧନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଇଛିା ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି । ଗତକାଲି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ସ୍ୱତନ୍ତ୍ର ସଚିବ ବୈଠକ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ନୋଡାଲ ଅଫିସରମାନେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ। ଶିକ୍ଷକଙ୍କ ଆବଶ୍ୟକତା ଥିଲେ ତାକୁ ପୂରଣ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆହୁରି ମଧ୍ୟ କହିଛନ୍ତି ଯେ, ଶହେ ଦିନ ପାଠପଢାର ଆବଶ୍ୟକତା ରହୁଛି। ରବିବାର ଦିନ ପାଠ ନ ପଢାଇଲେ ଶହେ ଦିନ ହେବନି। ଏବେ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିଲେ ତାକୁ କାର୍ଯ୍ୟକାରୀ କରାଯିବ। ସିଲାବସ୍ ୩୦ ପ୍ରତିଶତ କମିଛି ଏବଂ ଆଉ କମିବାର ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟୋକ୍ତି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe