ତାତିରେ ସିଝୁଛନ୍ତି ସ୍କୁଲ ପିଲା, ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଆଜି

Advertisment
ଅଙ୍କ କଷି ପାରନ୍ତି ନାହିଁ  ଖୋର୍ଦ୍ଧା ଜିଲ୍ଲାରେ ୫ମ ଶ୍ରେଣୀର ୧୦୦ରୁ ୪୨ ଛାତ୍ର

Times of India

ଭୁବନେଶ୍ବର: ତତଲା ତାଉଆରେ ସିଝୁଛି ଓଡ଼ିଶା। ପଶ୍ଚିମ ପରେ ଏବେ ଉପକୂଳରେ ବି ତାତି ଅସମ୍ଭାଳ। ହାତଗଣତି ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ି ହେଲେ ସବୁଠି ତାପମାତ୍ରା ୪୦ ଡିଗ୍ରି ଟପିଲାଣି। ତା’ ସତ୍ତ୍ବେ ବି କୋମଳମତି ପିଲାମାନେ ସ୍କୁଲ ଯାଇ ପାଠପଢ଼ୁଛନ୍ତି। ଡହ ଡହ ଖରାରେ ସ୍କୁଲରୁ ଘରକୁ ଫେରୁଛନ୍ତି। ଘରେ ପହଞ୍ଚିଲା ବେଳକୁ କିଏ ଧଇଁସଇଁ ହୋଇଯାଉଛନ୍ତି ତ ଆଉ କିଏ ପାଣି ପିଇବା ପାଇଁ ଡହଳବିକଳ ହୋଇପଡ଼ୁଛି। ଅଭିଭାବକଙ୍କ ସହ ଯେଉଁମାନେ ବାଇକ୍‌ରେ ଘରକୁ ଆସୁଛନ୍ତି ସେମାନଙ୍କ କଥା ନ କହିବା ଭଲ। ସରକାରୀ ସ୍କୁଲରେ ପଢ଼ୁଥିବା କୁନି କୁନି ପିଲା ଖରାରେ ଚାଲିଚାଲି ଘରକୁ ଫେରୁଛନ୍ତି।

ପଶ୍ଚିମ ଓଡ଼ିଶାରେ ୧୫ ଦିନ ହେଲା ଏଭଳି ସ୍ଥିତି ଉପୁଜୁଥିଲା। ଆଉ ଏବେ ଉପକୂଳ ଓଡ଼ିଶା ଯଥା ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଧା ଜିଲ୍ଲା ବି ଜଳୁଛି। ଆସନ୍ତା ୪ ଦିନ ଓଡ଼ିଶା ଜଳିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ପିଲାଙ୍କ ସ୍ବାସ୍ଥ୍ୟ ନେଇ ଅଭିଭାବକ ଚିନ୍ତାରେ। କିଭଳି ପିଲାଙ୍କୁ ସ୍କୁଲକୁ ପଠାଇବେ, ସୁରକ୍ଷିତ ଭାବେ ଘରକୁ ଫେରାଇ ‌ଆଣିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ତାପମାତ୍ରା ବଢ଼ିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସେଭଳି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ମେ’ ମାସରେ ଖରା ଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଥିବାରୁ ବିଭାଗ ତା ଉପରେ ବିଚାର କରୁଛି। ପିଲାଙ୍କ ସ୍ବାସ୍ଥ୍ୟ ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ବ ଦେଇ ଆସିଛନ୍ତି। ଖୁବ୍‌ଶୀଘ୍ର ଏକ ସମୀକ୍ଷା ବୈଠକ କରାଯାଇ ପରବର୍ତୀ ପଦକ୍ଷେପ ନିଆଯିବ।

ଖରା‌ ବଢ଼ୁଥିବାରୁ ଏବେଠାରୁ ସ୍କୁଲ ସମୟ ପରିବର୍ତନ କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ଦାବି କରିଛି। ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ‌ଯେ ବର୍ତମାନ ସମୟରେ ଅଫ୍‌ଲାଇନ୍‌ ପାଠପଢ଼ା ଜାରି ରହିବା ନିହାତି ଜରୁରୀ। ତେବେ ବର୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବାରୁ ସ୍କୁଲ ଶିକ୍ଷାଦାନକୁ ବନ୍ଦ ନ କରି ସୁବ୍ୟବସ୍ଥିତ ତଥା ପିଲାମାନେ ସ୍କୁଲ ଯିବା ସମୟରେ ପରିବର୍ତ୍ତନ କରାଯିବା ନିତ୍ୟାନ୍ତ ଆବଶ୍ୟକ। ଯେହେତୁ ଓଡ଼ିଶାର ସବୁ ବର୍ଗର ପିଲାମାନେ ଶିକ୍ଷାଦାନରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତେଣୁ ଶିକ୍ଷଦାନ ଚାଲୁ ରଖାଯାଉ। ସ୍କୁଲ ସମୟ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ହେଉ। ଏହାଦ୍ୱାରା ଗ୍ରାମାଞ୍ଚଳରେ ପିଲାମାନେ ମାଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରିପାରିବେ। ସମୟ ପରିବର୍ତନ କରିବାକୁ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ଟ୍ୱିଟ୍‌ ମାଧ୍ୟମରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe