ଟ୍ରାକ୍ଟର୍ ଧକ୍କାରେ ସ୍କୁଲ୍ ଛାତ୍ର ମୃତ

Advertisment
ଟ୍ରାକ୍ଟର୍ ଧକ୍କାରେ ସ୍କୁଲ୍ ଛାତ୍ର ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଖେଟାପଲ୍ଲୀ ଗ୍ରାମ ଭଞ୍ଜନଗର-ଦଶପଲ୍ଲା ମୁଖ୍ୟରାସ୍ତାରେ ଆଜି ସକା‌ଳେ ଟ୍ରାକ୍ଟର୍ ଧକ୍କାରେ ଜଣେ ସ୍କୁଲ୍ ଛାତ୍ର ପ୍ରାଣ ହରାଇଛନ୍ତି। ମୃତକ ଜଣକ ‌ହେଲେ, ସାହାଣପଲ୍ଲୀ ଗ୍ରାମର ମନୋଜ ଦଳବେହେରାଙ୍କ ପୁଅ ସ୍ବାଧୀନ ଦଳବେହେରା (୧୦)। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସ୍ବାଧୀନ ସକାଳେ ଗ୍ରାମରୁ ସାଇକେଲ୍‌ରେ ସ୍କୁଲ୍‌କୁ କୁଲାଡ଼ ଯାଉଥିଲେ।

ଏହି ସମୟରେ ବେତାର-ଖେଟାପଲ୍ଲୀ ଗ୍ରାମ ରାସ୍ତାରେ ଏକ ଟ୍ରାକ୍ଟର୍ ଧକ୍କା ଦେବାରୁ ସ୍ବାଧୀନ ଛିଟିକି ପଡ଼ିଥିଲେ। ପ୍ରବଳ ରକ୍ତସ୍ରାବ ହେବା ସହ ମୁଣ୍ଡ ଓ ଛାତିରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ମାଆ ଟୁନିଙ୍କ ଏତଲା କ୍ରମେ ଭଞ୍ଜନନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ଟ୍ରାକ୍ଟର୍ ଚାଳକକୁ ଅଟକ ରଖି ପଚରାଉଚରା କରାଯାଉଥିବା ଥାନାଧିକାରୀ ଭଗବନା ପୂଜାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe