ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅସଦାଚରଣ:ବିଏସଏଫ ଯବାନ ସାମିଲ୍ ଅଭିଯୋଗ

ଖପ୍ରାଖୋଲ ଥାନା ମହରାପଦର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସ୍କୁଲରେ ଶନିବାର ଘଟିଥିବା ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି। ଅଭିଯୋଗ ଅନୁଯାୟୀ, କିଛି ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ସ୍କୁଲକୁ ଆସୁଥିବା କିଛି ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ...

School students misbehaved: BSF jawan alleges

School students misbehaved: BSF jawan alleges

ଖପ୍ରାଖୋଲ: ଖପ୍ରାଖୋଲ ଥାନା ମହରାପଦର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସ୍କୁଲରେ ଶନିବାର ଘଟିଥିବା ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି। ଅଭିଯୋଗ ଅନୁଯାୟୀ, କିଛି ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ସ୍କୁଲକୁ ଆସୁଥିବା କିଛି ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ। ସେମାନେ  କିଛି ଛାତ୍ରଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।

ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲରେ ରାନ୍ଧୁଥିବା ପାଚିକା ଏହା ଦେଖି ପ୍ରତିବାଦ କରିଥିବା ବେଳେ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ସ୍କୁଲ ପାଚିକା ପ୍ରକାଶ କରିଛନ୍ତି।  ଗ୍ରାମର ଅନ୍ୟାନ୍ୟ ବାସିନ୍ଦାମାନେ କହିଛନ୍ତି ଯେ, ମଦ୍ୟପଙ୍କ ମଧ୍ୟରୁ ଜଣେ ବିଏସଏଫରେ କାର୍ଯ୍ୟରତ ଯବାନ ଥିବା ସ୍ପଷ୍ଟ ହୋଇଛି। ଘଟଣାକୁ ନେଇ ଅଭିଭାବକ ଏବଂ ଗ୍ରାମବାସୀମାନେ ଭାରି କ୍ଷୁବ୍ଧ ହୋଇଛନ୍ତି।

ସେମାନେ କହିଛନ୍ତି ଯେ, ସ୍କୁଲ ପରିସରର ସୁରକ୍ଷାକୁ ନେଇ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ। କିଛି ଅଭିଭାବକମାନେ ମଧ୍ୟ ଆଶଙ୍କା ବ୍ୟକ୍ତ କରି କହିଛନ୍ତି, ଯଦି ଛାତ୍ରୀମାନଙ୍କ ସୁରକ୍ଷା ମିଳିପାରିବ ନାହିଁ, ତାହେଲେ ଶିକ୍ଷାଳୟ ପ୍ରତି ଆମର ଭରସା କମିଯିବ।” ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲୋକେ ଦାବି କରୁଛନ୍ତି ଯେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି କଠୋର ଶାସ୍ତି ଦିଆଯିବା ଉଚିତ୍।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାର୍‌ରେ ଫେରାର ହେଉଥିବା ଅଭିଯୁକ୍ତମାନଙ୍କୁ ଗିରଫ କରି ଥାନାରେ ଅଟକ ରଖାଯାଇଛି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe