ରାଜ୍ୟରେ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ନେବେ ନିଷ୍ପତ୍ତି; ପାଗ ଅନୁକୂଳ ଥିଲେ ସକାଳୁ ପଢ଼ିବାକୁ ଯିବେ ପିଲା

ରାଜ୍ୟରେ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ନେବେ ନିଷ୍ପତ୍ତି; ପାଗ ଅନୁକୂଳ ଥିଲେ ସକାଳୁ ପଢ଼ିବାକୁ ଯିବେ ପିଲା

ଭୁବନେଶ୍ବର: ବିଦ୍ୟାଳୟଗୁଡ଼ିକ ଆସନ୍ତାକାଲି ଖୋଲିବ କି ନାହିଁ ‌ଏନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ପାଗ ଅନୁକୂଳ ଥିଲେ ପିଲାମାନେ ସକାଳ ସାଢ଼େ ୬ଟାରୁ ବିଦ୍ୟାଳୟକୁ ପଢ଼ିବାକୁ ଯିବେ। ପୂର୍ବାହ୍‌ଣ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ। ଗଣମାଧ୍ୟମକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ। ଏହି ନିର୍ଦ୍ଦେଶ ଆଗାମୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୫ ତାରିଖ ଠାରୁ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ସ୍କୁଲ ଗୁଡ଼ିକ ଜୁନ ୧୭ ତାରିଖ ଯାଏଁ ଛୁଟି ଘୋଷଣା କରିଥିଲେ। ଏହି ଆଧାରରେ ଆସନ୍ତାକାଲି (ଜୁନ ୧୮) ବିଦ୍ୟାଳୟଗୁଡ଼ିକ ଖୋଲିବା କଥା। କିନ୍ତୁ ଏବେବି ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମଲହରି ଜାରି ରହିଛି। ତେଣୁ ବିଭିନ୍ନ ମହଲରୁ ଗ୍ରୀଷ୍ମଛୁଟି ବଢ଼ାଇବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe