ଚଳିତ ମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ

Advertisment
ଚଳିତ ମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ

ଭୁବନେଶ୍ୱର: ଚଳିତ ନଭେମ୍ବର ମାସରେ ହିଁ ସ୍କୁଲ ଖୋଲିବ। ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲାଯିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଶ୍ରୀ ଦାଶ କହିଛନ୍ତି, ନବମରୁ ଦଶମ ଶ୍ରେଣୀ ଯାଏଁ ସଂପୂର୍ଣ୍ଣ କ୍ଲାସ ହେବ। ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ସେମାନଙ୍କର ଅଭିଭାବକମାନେ ନିଷ୍ପତ୍ତି ନେବେ।

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ପିଲାମାନଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ଅଭିଭାବକମାନେ ଯଦି ରାଜି ନହୁଅନ୍ତି, ତା’ହେଲେ ଅନ୍‌ଲାଇନ୍‌ କ୍ଲାସର ବ୍ୟବସ୍ଥା ଜାରି ରହିବ। ଏ ନେଇ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରାଯିବ।

ସୂଚନାଯୋଗ୍ୟ ପୂର୍ବରୁ କରୋନା ପାଇଁ ୩୦ ପ୍ରତିଶତ ସିଲାବସ୍‌ ହ୍ରାସ କରାଯାଇଛି। ଏଥିରୁ ଆଉ କମ୍‌ କରାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ବାକି ୭୦ ପ୍ରତିଶତ ସିଲାବସ୍‌ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ। ସ୍କୁଲ ଖୋଲିବା ନେଇ ଏସ୍‌ଓପି ପ୍ରସ୍ତୁତ ଚାଲିଛି। ବିଭାଗୀୟ ବୈଠକ ବସିଛି। ଏଥି ସହିତ ୫ଟି ଅଂଶିଦାରଙ୍କ ସହ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe