ବିଦ୍ୟାଳୟ ଟପର୍ ଖଟୁଛନ୍ତି ଦାଦନ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ଘଟଣାର ପୁନରାବୃତ୍ତି ରୋକିବାକୁ ଶିକ୍ଷା ବିଭାଗକୁ ତାଗିଦ

Advertisment

ମେ ୨୯ରେ  ସମ୍ବାଦରେ ‘କେରଳରେ ଦାଦନ ଖଟୁଛନ୍ତି ବିଦ୍ୟାଳୟ ଟପର୍‌’ ଖବର ପ୍ରକାଶ ପାଇବା ପରେ ହସ୍ତକ୍ଷେପ କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମେ ୨୯ରେ  ସମ୍ବାଦରେ ‘କେରଳରେ ଦାଦନ ଖଟୁଛନ୍ତି ବିଦ୍ୟାଳୟ ଟପର୍‌’ ଖବର ପ୍ରକାଶ ପାଇବା ପରେ ହସ୍ତକ୍ଷେପ କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

dfdfvcvcv

ରାୟଗଡ଼ା/କାଶୀପୁର: ମେ ୨୯ରେ  ସମ୍ବାଦରେ ‘କେରଳରେ ଦାଦନ ଖଟୁଛନ୍ତି ବିଦ୍ୟାଳୟ ଟପର୍‌’ ଖବର ପ୍ରକାଶ ପାଇବା ପରେ ହସ୍ତକ୍ଷେପ କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଦାଦନ ଖଟୁଥିବା ଛାତ୍ରକୁ ଫେରାଇ ଆଣି ଉଚ୍ଚଶିକ୍ଷା ପାଇଁ ସମସ୍ତ ପଦ‌କ୍ଷେପ ନେବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାଶୀପୁର ବ୍ଲକ୍ ଅଡ଼ାଜୋର ପଞ୍ଚାୟତ ପୋଡ଼ାପଦର ଗ୍ରାମର ଛାତ୍ର ବଳଭଦ୍ର ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଓ ରେଡକ୍ରସ୍ ପାଣ୍ଠିରୁ ୩୦ ହଜାର ଲେଖାଏଁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ବଳଭଦ୍ରଙ୍କ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ସହାୟତା ଯୋଗାଇ ଦେବାକୁ ଉଚ୍ଚଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବଳଭଦ୍ରଙ୍କ ପରିବାର ପାଇଁ ଉପଲବ୍ଧ ସରକାରୀ ଯୋଜନା ଅଧୀନରେ ଜୀବିକା ସହାୟତା ଯୋଗାଇ ଦେବାର ଘୋଷଣା କରିଛନ୍ତି। ଏହି ଘଟଣାର ଯେପରି ପୁନରାବୃତ୍ତି ରୋକିବାକୁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। 

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଓ ରେଡ୍‌କ୍ରସ୍‌ରୁ ୩୦ ହଜାର ଲେଖାଏଁ ସହାୟତା
ଘଟଣାର ପୁନରାବୃତ୍ତି ରୋକିବାକୁ ଶିକ୍ଷା ବିଭାଗକୁ ତାଗିଦ

ସୂଚନାଯୋଗ୍ୟ ଯେ ବିଷମକଟକ ମା’ ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ବଳଭଦ୍ର ଯୁକ୍ତ ଦୁଇ କଳା ପରୀକ୍ଷାରେ ୫୧୭ ନମ୍ବର ରଖି ବିଦ୍ୟାଳୟ ଟପର୍ ହୋଇଛନ୍ତି। ପରୀକ୍ଷା ଶେଷ ହେବା ପରେ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସାଙ୍ଗସାଥୀଙ୍କ ସହ ବଳଭଦ୍ର ଦାଦନ ଖଟିବାକୁ କେରଳ ଚାଲି ଯାଇଥିଲା। ପରୀକ୍ଷା ଫଳ ପ୍ରକାଶ ପରେ ବଳଭଦ୍ର ବିଦ୍ୟାଳୟ ଟପର୍ ହୋଇଥିବା ଜାଣି ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଓ ସ୍କୁଲ୍ କର୍ତ୍ତୃପକ୍ଷ ଖୁସି ହୋଇଥିଲେ। କିନ୍ତୁ ବଳଭଦ୍ର କେରଳରେ ଦାଦନ ଖଟୁଥିବାରୁ ଉଚ୍ଚଶିକ୍ଷାକୁ ନେଇ ପରିବାର ଲୋକ ଚିନ୍ତିତ ଥିଲେ। ପାଠପଢ଼ା ପାଇଁ ବଳଭଦ୍ର କେରଳ ଯିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ବଳଭଦ୍ର ସୁଙ୍ଗେର ହାଇସ୍କୁଲ୍‌ରୁ ଉତ୍ତୀର୍ଣ୍ଣ ହେବା ପରେ ଉଚ୍ଚଶିକ୍ଷା ପାଇଁ ବିଷମକଟକ ମା’ ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe