ସ୍କୁଲ ଭ୍ୟାନ୍ ଓଲଟିଲା: ସ୍କୁଲ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଲେ

ସ୍କୁଲ ଭ୍ୟାନ୍ ଓଲଟିଲା: ସ୍କୁଲ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଲେ

ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଖଡିଆଳ ବାଇପାସ୍ ରାସ୍ତାରେ ଏକ ସ୍କୁଲ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସ୍କୁଲ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ପଡ଼ିଛି। ତେବେ ଏଥିରେ ଥିବା ସ୍କୁଲ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସ୍ଥାନୀୟ ଲୋକେ ପହଞ୍ଚି ତୁରନ୍ତ ଦମକଳ ବାହିନୀ ସହ ଯୋଗାଯୋଗ କରିଥିଲେ। ସ୍ଥାନୀୟ ଲୋକେ ଅନ୍ୟ ଏକ ଗାଡ଼ିରେ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲରେ ଛାଡିଛନ୍ତି। ସ୍କୁଲ ଭ୍ୟାନ୍‌ଟି ସେଣ୍ଟ ଜାଭିୟରର୍ସ ସ୍କୁଲର ୨୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲକୁ ଛାଡ଼ିବା ପାଇଁ ଯାଉଥିଲା।

ତେବେ ଖଡିଆଳ ମହିଳା କଲେଜ ଏବଂ ଗାନ୍ଧୀନଗର ମଝି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ତୁରନ୍ତ ସ୍ଥାନୀୟ ଲୋକେ ଆସି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe