School wall collapses: 2 workers dead, one seriously injured Photograph: (sambad.in)
ବାଲିପାଟଣା: ବାଲିପାଟଣା ଥାନା ଅଠାନ୍ତର ଓ ବନମାଳୀପୁର ପୂର୍ତ୍ତ ବିଭାଗ ରାସ୍ତା ଡ୍ରେନ୍ କାମ ଚାଲୁ ଥିବାବେଳେ ବେଙ୍ଗବତୀ ସ୍କୁଲ ପାଚେରୀ ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ରବିବାର ଅପରାହ୍ନ ସାଢେ ୫ଟା ବେଳେ ଏହି ଅଘଟଣ ଘଟିଛି।
ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ସ୍କୁଲ ନିକଟରେ ଥିବା ପାଚେରୀ କଡ଼ରେ ଗଭୀର ଗାତ ଖୋଳି ଡ୍ରେନ୍ କାର୍ଯ୍ୟ ହେଉଥିଲା। ବର୍ଷା ଯୋଗୁ ପାଚେରୀ ଦୁର୍ବଳ ହୋଇ ପଡିଥିଲା।
ହଠାତ ଡ୍ରେନ୍ ଭିତରେ ଶ୍ରମିକ କାମ କରୁଥିବା ବେଳେ ୧00 ଫୁଟ ଚଉଡାର ସ୍କୁଲ ପାଚେରୀ ଭାଙ୍ଗି ଡ୍ରେନ୍ ଭିତରେ ପଡି ଯାଇଥିଲା। ଫଳରେ ଶ୍ରମିକମାନେ ପଥର ପାଚେରୀ ତଳେ ଚାପି ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯିବ ବୋଲି ବ୍ୟବସ୍ଥା ହେଉଛି।
ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଶ୍ରମିକ ଭଦ୍ରକ ଜିଲ୍ଲାର ବୋଲି ଜଣା ପଡିଛି। ଠିକାଦାରଙ୍କ ବେପରୁଆ କାମ ଯୋଗୁ ନିରୀହ ଜୀବନ ଗଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।
Khordha | Accident
Follow Us