ଆଜି ସ୍କୁଲ୍‌, କଲେଜ ବନ୍ଦ

ଆଜିଠୁ ସ୍କୁଲରେ ପାଠପଢ଼ା ବନ୍ଦ; ଶିକ୍ଷକ ଶିକ୍ଷୟିତ୍ରୀ ଆସିବେ ନା ନାହିଁ? ସ୍ପଷ୍ଟ କଲାନି ଗଣଶିକ୍ଷା ବିଭାଗ

ohcampus.com

ଭୁବନେଶ୍ବର : ମାର୍ଚ୍ଚ ୫ ପଞ୍ଚା‌ୟତିରାଜ ଦିବସ ଅବସରରେ ଶୁକ୍ରବାର ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ସରକାରୀ, ବେସରକାରୀ ଡିଗ୍ରି କଲେଜର ଅଧ୍ୟକ୍ଷ ଏଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଚିଠି ଲେଖି ଅବଗତ କରାଇଛନ୍ତି। ସେହିଭଳି ସମସ୍ତ ହାଇସ୍କୁଲ ଏବଂ ଯୁକ୍ତ୨ କଲେଜ ମଧ୍ୟ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏବେ କେବଳ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଛି। ବାକି ପିଲାଙ୍କ ଲାଗି କ୍ଲାସ ବନ୍ଦ ରହିଛି। ତେଣୁ ଶୁକ୍ରବାର ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe