ନିର୍ବାଚନୀ ହିଂସା‌ରୁ ସ୍କୁଲରେ ତାଲା, ଗଛମୂଳେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

Advertisment
ନିର୍ବାଚନୀ ହିଂସା‌ରୁ ସ୍କୁଲରେ ତାଲା, ଗଛମୂଳେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

କଣ୍ଟାମାଳ: କଣ୍ଟାମାଳ ବ୍ଲକ୍ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ ଗ୍ରାମର ପ୍ରାଥମିକ ସ୍କୁଲ ପିଲାମାନଙ୍କ ପାଠ ପଢ଼ିବା ପାଇଁ ବିଦ୍ୟାଳୟ ଅଛି। ହେଲେ ନିର୍ବାଚନ ଜିତିଲା ପରେ ସରପଞ୍ଚଙ୍କ ସମର୍ଥକମାନେ ସ୍କୁଲ ଜାଗାରେ ନୂତନ ସ୍କୁଲ କୋଠା ନିର୍ମାଣ ନକରି ଏକ ଘରୋଇ ଜମିରେ ସ୍କୁଲ କୋଠା ନିର୍ମାଣ ଜିଦ୍‌ରେ ସ୍କୁଲରେ ତାଲା ପକାଇ ଦେଇଛନ୍ତି। ଏହାକୁ ନେଇ ଉଭୟ ପକ୍ଷରୁ ରକ୍ତପାତ ହୋଇ କଣ୍ଟାମାଳ ଥାନାରେ ମାମଲା ରୁଜୁ ହୋଇ ଜେଲ୍‌ ମଧ୍ୟ ଯାଇଥିଲେ। ହେଲେ ଏଥିରେ ସୁଧାର ଆସୁନାହିଁ।

ଫଳରେ ପିଲାମାନେ ଗଛତଳେ ପାଠପଢ଼ିବା ସହ ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ସୋମବାର ଦିନ ସେହି ଗଛରୁ ଏକ ଡାଳ ଛିଣ୍ଡି ପଡ଼ିଥିଲା। କିନ୍ତୁ ପିଲାଙ୍କ ଦେହରେ ନ ବାଜି ପାଖରେ ପଡିଯାଇଥିଲା। ଏକ ବଡ଼ ଅଘଟଣରୁ ପିଲା ବର୍ତ୍ତି ଯାଇଥିବା ଗ୍ରାମବାସୀ କହିଛନ୍ତି। ତେବେ ପିଲାଙ୍କ କିଛି ହୋଇଥିଲେ ଦାୟୀ କିଏ ହେବ ବୋଲି ଅଭିଭାବକ ଓ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତୁରନ୍ତ ଏହି ମାମଲାରେ ବୌଦ୍ଧ ଜିଲ୍ଲାପାଳ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe