ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟରେ ତାଲା

ଶିକ୍ଷକ ଅଭାବକୁ ନେଇ ଭୁବନ ବ୍ଲକ ସରକାରୀ ଉପ୍ରା ବିଦ୍ୟାଳୟ ଚଣ୍ଡିପାଳ ଗ୍ରାମର ଚଣ୍ଡୀପାଳ ବିଦ୍ୟାଳୟରେ ତାଲା ପଡିଛି। ଦୀର୍ଘ ଦିନ ହେଲା ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ନେଇ ବିଦ୍ୟାଳୟ ପରିଚାଳନା କମିଟି ଅଭିଯୋଗ କରିଆସୁଥିଲେ....

Schools closed due to teacher shortage

Schools closed due to teacher shortage Photograph: (sambad.in)

ଭୁବନ:ଶିକ୍ଷକ ଅଭାବକୁ ନେଇ ଭୁବନ ବ୍ଲକ ସରକାରୀ ଉପ୍ରା ବିଦ୍ୟାଳୟ ଚଣ୍ଡିପାଳ ଗ୍ରାମର ଚଣ୍ଡୀପାଳ ବିଦ୍ୟାଳୟରେ ତାଲା ପଡିଛି।  ଦୀର୍ଘ ଦିନ ହେଲା ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ନେଇ ବିଦ୍ୟାଳୟ ପରିଚାଳନା କମିଟି ଅଭିଯୋଗ କରିଆସୁଥିଲେ ।

କିନ୍ତୁ ଶିକ୍ଷାଧିକାରୀଙ୍କଠାରୁ କୌଣସି ସୁଫଳ ନପାଇ  ବୁଧବାର ବିଦ୍ୟାଳୟର ଫାଟକରେ ଗ୍ରାମବାସୀ ଓ କମିଟି ସଦସ୍ୟ  ତାଲା ପକାଇ ଦେଇଛନ୍ତି । ଯାହାଫଳରେ ଫାଟକ ବାହାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଠିଆ ହୋଇ ରହିଥିବାର ଦେଖିବାକୁ ମିଳିଛି।

ଏହି ବିଦ୍ୟାଳୟରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ୧୫୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ପ୍ରଧାନ ଶିକ୍ଷକଙ୍କ ସହିତ ମୋଟ ଚାରି ଜଣ ଶିକ୍ଷକଙ୍କୁ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି । ଯାହାଫଳରେ କି ପିଲାମାନଙ୍କର ପାଠପଢାରେ ବ୍ୟାଘାତ ଘଟୁଥିବା ଅଭିଯୋଗ ହେଉଛି।

Dhenkanal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe