Tribune India
ଭୁବନେଶ୍ୱର : ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଶୁକ୍ରବାରଠାରୁ ବନ୍ଦ ରହିବ। ତେବେ ଉକ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢ଼ା ରୀତିମତ ଚାଲିବ। ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କ ଛୋଟ ଛୋଟ ବ୍ୟାଚ୍ କରି ସେମାନଙ୍କ ଦ୍ବନ୍ଦ୍ବ ଦୂର ଲାଗି କ୍ଲାସ୍ କରିପାରିବେ। ଏହି ସମୟରେ ଯେପରି କୋଭିଡ୍ କଟକଣା ନିୟମ ଠିକ୍ ଭାବେ ପାଳନ ହୁଏ,
ସେଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ। ଦ୍ବନ୍ଦ୍ବ ଦୂର କ୍ଲାସ୍ରେ ଭାଗନେବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କ ଲିଖିତ ଅନୁମତି ଆଣିବାକୁ ହେବ।
ଷଷ୍ଠରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ରୁମ୍ ପାଠପଢ଼ା ବନ୍ଦ ରହୁଥିଲେ ମଧ୍ୟ ମାଟ୍ରିକ୍ ସମିଟିଭ ପରୀକ୍ଷା ସମେତ ସମସ୍ତ ପରୀକ୍ଷା କୋଭିଡ୍ କଟକଣା ମଧ୍ୟରେ ଜାରି ରହିବ। ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ), ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ), ସିବିଏସ୍ଇ, ଆଇସିଏସ୍ଇ ବୋର୍ଡ ଅଧୀନ ବିଦ୍ୟାଳୟ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍ଆର୍ସିଙ୍କ ନିର୍ଦ୍ଦେଶାବଳୀକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଜ୍ଞପ୍ତି ଜାରି କରିଛନ୍ତି।
Follow Us