ଅକ୍ଟୋବରରେ ଖୋଲିପାରେ ସ୍କୁଲ

Advertisment
ସମୟସୀମା ମଧ୍ୟରେ ସ୍କୁଲ, କଲେଜକୁ ଜମିପଟ୍ଟା ମିଳିବ

Tribune India

କ୍ୟାମ୍ପସ ସଫେଇ କରିବାକୁ ଡିଇଓ, ବିଇଓଙ୍କୁ ନିର୍ଦେଶ
ଗାଁ ପାଠପଢ଼ା ଉପରେ ପ୍ରାଥମିକତା ଦେବାକୁ ପରାମର୍ଶ

ଭୁବନେଶ୍ବର : ଅକ୍ଟୋବରରେ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ। ଗତ ମାସକ ମଧ୍ୟରେ କରୋନା ସଂକ୍ରମଣ ବହୁ ପରିମାଣରେ ହ୍ରାସ ପାଇଥିବାରୁ ଏଭଳି ପଦକ୍ଷେପ ନେବାକୁ ରାଜ୍ୟ ‌ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର ବା ଏସଓପି ତିଆରି ଚାଲିଛି। ଆସନ୍ତା ୧୫ ଦିନ ମଧ୍ୟରେ ଯଦି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତେବେ ‌ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ।

ଦଶହରା ପୂର୍ବରୁ କ୍ୟାମ୍ପସ ସଫେଇ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଓ ବ୍ଲକ ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ କୁହାଯାଇଛି। ଦୁଇ ଦିନ ତଳେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏନେଇ ବିଶଦ ଆଲୋଚନା ବି ହୋଇଛି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସ୍କୁଲ ଖୋଲିବା ନେଇ ‌ଯେକୌଣସି ସମୟରେ ନିଷ୍ପତ୍ତି ନିଆଯାଇପାରେ। ରାଜ୍ୟ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତା’ପୂର୍ବରୁ ପ୍ରସ୍ତୁତ ରହିବାକୁ ପଡ଼ିବ। କ୍ୟାମ୍ପସ ସହ କ୍ଲାସରୁମ୍‌ ସଫେଇ ଉପରେ ପ୍ରାଥମିକତା ଦେବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି। ଯେପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନ ହୋଇଛି ସେ ପର୍ଯ୍ୟନ୍ତ ଯାଏ ଶିକ୍ଷକ ଶିକ୍ଷୟିତ୍ରୀ ଗାଁ, ପଡ଼ା, ବସ୍ତି, ଗୋଷ୍ଠୀକୁ ଯାଇ ପିଲାଙ୍କୁ ପଢ଼ାନ୍ତୁ। ୧୦ରୁ ୧୫ ପିଲାଙ୍କୁ ଏକାଠି କରି ପଢ଼ାଇଲେ କୌଣସି ଅସୁବିଧା ନାହିଁ। ମାଲକାନଗିରି, ଖୋର୍ଧା, ସୋନପୁର ପ୍ରଭୃତି ଜିଲ୍ଲାରେ ଏଭଳି ଶିକ୍ଷାଦାନ କରାଯାଉଛି। ଏପର୍ଯ୍ୟନ୍ତ ଆରମ୍ଭ କରି ନ ଥିବା ଜିଲ୍ଲାଗୁଡ଼ିକ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ପ୍ରାଥମିକ ବିଦ୍ୟାଳୟ ଖୋଲିବା ସପକ୍ଷରେ ବିଶେଷଜ୍ଞମାନେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେଣି। ସେମାନଙ୍କ କହିବା କଥା ହେଉଛି ଯେ ଛୋଟ ପିଲାଙ୍କୁ ଟିକାକରଣ ପର୍ଯ୍ୟନ୍ତ ଅପେକ୍ଷା କରିବା ଅନୁଚିତ। ଛୋଟ ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। କରୋନା ମୁକାବିଲାରେ ସେମାନେ ସକ୍ଷମ। ତେଣୁ ପିଲାଙ୍କୁ କରୋନା ପାଇଁ ପାଠପଢାରୁ ବଞ୍ଚିତ କରାଯିବା ଅନୁଚିତ। ଯାହାକୁ ଆଧାର କରି ରାଜ୍ୟ ସରକାର ବିଚାରବିମର୍ଶ ଚଲାଇଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରାଥମିକ ବିଦ୍ୟାଳୟର ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବାକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର) ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ମାସକ ତଳେ ଗଣଶିକ୍ଷା ସଚିବ ଶ୍ରୀ ସାହୁଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe