ବଲାଙ୍ଗୀର: ଖୋଲିଲା ସ୍କୁଲ, ଛାତ୍ରଛାତ୍ରୀଙ୍କଠୁ ଶିକ୍ଷକ ସଭିଏଁ ଖୁସ୍‌

Advertisment
ବଲାଙ୍ଗୀର: ଖୋଲିଲା ସ୍କୁଲ, ଛାତ୍ରଛାତ୍ରୀଙ୍କଠୁ ଶିକ୍ଷକ ସଭିଏଁ ଖୁସ୍‌

ବଲାଙ୍ଗୀର : କରୋନା ମହାମାରୀ ପାଇଁ ଶିକ୍ଷାନୁଷ୍ଠାନ ସବୁ ବହୁମାସ ଧରି ବନ୍ଦ ରହିଥିଲା। ପିଲାମାନେ ଘରେ ରହି ପାଠ ପଢୁଥିଲେ। ଦ୍ୱିତୀୟ ଲହରରେ ସଂକ୍ରମଣ ହାର କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ସମସ୍ତ କୋଭିଡ ଗାଇଡଲାଇନ ପାଳନ କରି ସ୍କୁଲ ଓ କଲେଜ ଖୋଲାଯାଇଛି।

ସ୍କୁଲ କଲେଜ କର୍ତ୍ତୃପକ୍ଷ ପ୍ରଥମେ ସମସ୍ତ ଶ୍ରେଣୀ କକ୍ଷକୁ ସାନିଟାଇଜ କରିଥିବା ବେଳେ ପିଲାମାନଙ୍କୁ ସାମାଜିକ ଦୂରତାରେ କ୍ଲାସ୍‌ରୁମ୍‌ରେ ବସାଯାଇ ପାଠପଢ଼ା ଆରମ୍ଭ ହୋଇଛି। ସୋମବାର ସହରର ବିଭିନ୍ନ ହାଇସ୍କୁଲ ଓ କଲେଜ ଚଳଚଞ୍ଚଳ ଥିଲା। ଛାତ୍ରମାନେ ସ୍କୁଲକୁ ଆସିବା ମାତ୍ରେ ହାତ ଧୋଇବା ସହ ହାତକୁ ସାନିଟାଇଜ କରି କ୍ଲାସ୍‌ରୁମ୍‌କୁ ଯାଉଥିବା ଦେଖିବାକୁ ମିଳିଥିଲା। ସକାଳ ୧୦ ଟାରୁ ଦିନ ୧.୩୦ ଯାଏ ସରକାରଙ୍କ ନିୟମ ଅନୁସାରେ ପାଠପଢ଼ା ହୋଇଥିଲା। ମାସ୍କ ପରିଧାନ, ସାମାଜିକ ଦୂରତାକୁ ସମସ୍ତେ ଯେପରି ପାଳନ କରିବେ ସେ ନେଇ ହାଇସ୍କୁଲଗୁଡ଼ିକରେ ବ୍ୟବସ୍ଥା କରାଯାଇଥିବା ଦେଖାଯାଇଥିଲା। ସ୍କୁଲ ଖୋଲିବାରୁ ଶିକ୍ଷକମାନଙ୍କଠାରୁ ନେଇ ଛାତ୍ରଛାତ୍ରୀ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe