ସମ୍ବଲପୁର ଜିଲ୍ଲାରେ ୨୨ରୁ ୨୪ ତାରିଖ ଯାଏଁ ସକାଳୁଆ ସ୍କୁଲ

ସମ୍ବଲପୁର ଜିଲ୍ଲାରେ ୨୨ରୁ ୨୪ ତାରିଖ ଯାଏଁ ସକାଳୁଆ ସ୍କୁଲ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରୁ ଖୋଲିବ ସ୍କୁଲ। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୨୨ ତାରିଖରେ ସମ୍ବଲପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଖୋଲିବ। ୨୨ରୁ ୨୪ ତାରିଖ ଯାଏଁ ସକାଳ ସାଢ଼େ ୬ରୁ ୧୦ଟା ଯାଏ ସ୍କୁଲ ଚାଲିବ। ସକାଳ ସାଢେ ୯ଟାରୁ ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବାର ବ୍ୟବସ୍ଥା କରାଯିବ। ତେବେ ୨୬ ତାରିଖରୁ ୧୦ଟାରୁ ୪ଟା ଯାଏ ସ୍କୁଲ ଚାଲିବ।

ଉଲ୍ଲେଖଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜୁନ୍‌ ୨୧ରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ଅନୁମାନ କରାଯାଉଛି। ତେଣୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ସମୟ ଧାର୍ଯ୍ୟ କରିପାରିବେ। ପରିସ୍ଥିତିକୁ ଦେଖି ଜିଲ୍ଲାରେ ସକାଳୁଆ ସ୍କୁଲ ନ ହେଲେ ସ୍କୁଲ ଛୁଟି କରିପାରିବେ। ବିଭାଗ ପକ୍ଷରୁ ପାଣିପାଗ ଉପରେ ତୀକ୍ଷଣ ନଜର ରଖାଯିବା ସହ ପରିସ୍ଥିତି ଅନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରିଥିଲେ।

ଏହାପରେ ସମ୍ବଲପୁର ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe