ପଞ୍ଚଭୂତରେ ଲୀନ ହେଲେ ବୈଜ୍ଞାନିକ ଅଜୟ କୁମାର ପରିଡ଼ା

ପଞ୍ଚଭୂତରେ ଲୀନ ହେଲେ ବୈଜ୍ଞାନିକ ଅଜୟ କୁମାର ପରିଡ଼ା

ଧର୍ମଶାଳା: ଭୁବନେଶ୍ବର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ଏସ୍‌)ର ନିର୍ଦେଶକ ତଥା ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଡ. ଅଜୟ କୁମାର ପରିଡ଼ାଙ୍କ ପାର୍ଥିବ ଶରୀର ଆଜି ପ‌ଞ୍ଚଭୂତରେ ଲୀନ ହୋଇଛି। ଜନ୍ମମାଟି ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ଭଗବାନପୁର ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଡ. ପରିଡ଼ାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ସେ ଏକ ସମ୍ମିଳନୀରେ ଯୋଗ ଦେବାପାଇଁ ଗୌହାଟି ଯାଇଥିବା ବେଳେ ଗତକାଲି ସକାଳେ ସେଠାରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା। ବ୍ୟବଚ୍ଛେଦ ହୋଇ ମରଶରୀର ଆଜି ସକାଳେ ଭୁବନେଶ୍ବର ବିମାନବନ୍ଦରରେ ପହ‌ଞ୍ଚିଥିଲା। ଏକ ଶୋଭାଯାତ୍ରାରେ ମରଶରୀରକୁ ନାଲ୍‌କୋ ଛକସ୍ଥିତ ଆଇଏଲ୍ଏସ୍‌ କାର୍ଯ୍ୟାଳୟକୁ ନିଆଯାଇଥିଲା।

ସେଠାରେ ମନ୍ତ୍ରୀ ଅଶୋକ କୁମାର ପଣ୍ତା, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସମେତ ଆଇଏଲ୍ଏସ୍‌ ବହୁ ଅଧିକାରୀ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଏକ ସୁସଜ୍ଜିତ ଗାଡ଼ିରେ ମରଶରୀର ଜନ୍ମମାଟି ଅଭିମୁଖେ ବାହାରିଯାଇଥିଲା। ଜାରକା ବଜାରରେ ପହଞ୍ଚିବା ପରେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, କେଡିଏନ୍ଏଫ୍ ବୃକ୍ଷରୋପଣ ଉପଦେଷ୍ଟା ଶ୍ରୀନିବାସ ଜେନା, ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି, ବିଜେପି ନେତା କାହ୍ନୁଚରଣ ଦାଶ, ସାମାଜିକ କର୍ମୀ ଦେବବ୍ରତ ରାଉତ, ଉଗ୍ରସେନ ମହାନ୍ତିଙ୍କ ସମେତ ଧର୍ମଶାଳା ପ୍ରେସ୍‌ କ୍ଲବ ପକ୍ଷରୁ ଡ. ପରିଡ଼ାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପରେ ନାଉପାଳ ଗାଁ ଛକରେ ବିଜେପି ନେତ୍ରୀ ସ୍ମୃତିରେଖା ପହି ଓ ବହୁ ଦଳୀୟ କର୍ମକର୍ତ୍ତା ଶେଷଦର୍ଶନ କରିଥିଲେ।

publive-image

ସେହିପରି କାଏମା ସ୍କୁଲ୍, ମୁଣ୍ତମାଳ, ଭାବିଲ, କୋତପୁର ଆଦି ଛକରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହାପରେ ମୃତଦେହ ଭଗବାନପୁର ଗ୍ରାମସ୍ଥିତ ନିଜ ବାସଭବନ ପରିସରରେ ପହ‌ଞ୍ଚିଥିଲା। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଧର୍ମଶାଳା ବିଧାୟକ ଶ୍ରୀ ବଳବନ୍ତରାୟ, ପୂର୍ବତନ ବିଧାୟକ ରବି ଲାବଣ୍ୟ, ପୂର୍ବତନ ସାଂସଦ ରୀତା ତରାଇ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସ୍‌ପି ରାହୁଲ୍ ପିଆର୍, ଜିଲ୍ଲା ବିଜେଡି ମହାସଚିବ ଡ. ପ୍ରିୟନାଥ ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପରିଡ଼ା, ବ୍ଲକ କଂଗ୍ରେସ ସଭାପତି କିଶାନ ପଣ୍ତା, ବିଜେପି ନେତା ପବିତ୍ର ମୋହନ ଦାଶ, ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଅମିୟ କୁମାର ପରିଡ଼ା, ବିକାଶ ରଞ୍ଜନ ବେହେରା, ଅରାବଳର ପୂର୍ବତନ ସରପ‌ଞ୍ଚ ନିର୍ମଳ ସାମଲ, ବିଜେଡି ନେତା ସନ୍ତୋଷ କୁମାର ଜେନା, ଜଳଧର ସାହୁ, ପଦାରବିନ୍ଦ ପରିଡ଼ା, ଶରତ ଚନ୍ଦ୍ର ନାୟକ, ଗଜେନ୍ଦ୍ର ବେହେରା, ନଗେନ୍ ଦାସ, ଯୁବନେତା ଅକ୍ଷୟ କୁମାର ନାୟକ, ଶ୍ରୀକାନ୍ତ ସାହୁ, ମଦନ ମୋହନ ନାୟକ, ଗୌତମ ସାହୁ, ରଶ୍ମିରଞ୍ଜନ ରାୟ, ସୁବ୍ରତ କୁମାର ଜେନା, ପ୍ରତାପ କୁମାର ପ୍ରଧାନ, ମଳୟ ସାମଲ, ବ୍ଲକ ଛାତ୍ର ସଭାପତି ଜଗଦାନନ୍ଦ ରାଉତ, ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ପୁଲିସ୍‌, ଗ୍ରାମବାସୀ, ଆତ୍ମୀୟସ୍ବଜନ ପ୍ରମୁଖ ଡ. ପରିଡ଼ାଙ୍କୁ ଶେଷସମ୍ମାନ ଜଣାଇଥିଲେ। ପରେ ଏକ ଶୋଭାଯାତ୍ରାରେ ମରଶରୀରକୁ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଓ ତୋପ ସଲାମୀ ଦିଆଯାଇଥିଲା। ଏକମାତ୍ର ପୁଅ ଆଶିଷ କୁମାର ପରିଡ଼ା ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe