Advertisment

ନବୀନଙ୍କୁ ଭେଟିଲେ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍‌

Advertisment

ଖ୍ୟାତ ବୈଜ୍ଞାନିକ ତଥା ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ଫାଉଣ୍ଡସନର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ୍‌ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଖ୍ୟାତ ବୈଜ୍ଞାନିକ ତଥା ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ଫାଉଣ୍ଡସନର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ୍‌ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

dagdaggdzvvcv

ଭୁବନେଶ୍ବର: ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ଫାଉଣ୍ଡସନର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ୍‌ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ ଡ. ସ୍ୱାମୀନାଥନ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଶେଷ କରି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସଫଳ ପଦକ୍ଷେପର ପ୍ରଶଂସା କରିଥିଲେ। 

ସେହିପରି ମିଲେଟ୍‌ ମିସନ୍‌ ଲୋକପ୍ରିୟ ହେବା ସହିତ ଜନଜାତି ବର୍ଗର ଆର୍ଥିକ ବିକାଶରେ ସହାୟକ ହୋଇଛି ବୋଲି ସେ ମତ ପ୍ରକାଶ କରିଥିଲେ। ମିସନ୍‌ ଶକ୍ତି କାର୍ଯ୍ୟକ୍ରମ ଓଡ଼ିଶାର ମା’ମାନଙ୍କୁ ସଶକ୍ତ କରିବା ସହିତ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ମଧ୍ୟ ପ୍ରମୁଖ ଭୂମିକା ନେଇଛି ବୋଲି ସେ କହିଥିଲେ। ଉଭୟଙ୍କ ମଧ୍ୟରେ ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ଫାଉଣ୍ଡେସନର କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ, ଡ. ସୌମ୍ୟା ସ୍ୱାମୀନାଥନ୍‌ ପୂର୍ବରୁ ଭାରତୀୟ ଭେଷଜ ଗବେଷଣା ପ୍ରତିଷ୍ଠାନର ମହାନିର୍ଦ୍ଦେଶିକା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଭାବରେ କାର୍ଯ୍ୟ କରିଛନ୍ତି। ସେ ହେଉଛନ୍ତି ବିଖ୍ୟାତ ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜନକ ସ୍ୱର୍ଗତ ଡ. ଏମ୍‌.ଏସ୍‌. ସ୍ୱାମୀନାଥନଙ୍କ କନ୍ୟା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe