ସୁନ୍ଦରପଦା ଅଞ୍ଚଳରୁ ମିଳିଲା ସ୍କୁଟି: ଏହି ସ୍କୁଟିରେ ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ବସାଇ ନେଇଥିଲା ଅଭିଯୁକ୍ତ ରାକେଶ

Advertisment
ସୁନ୍ଦରପଦା ଅଞ୍ଚଳରୁ ମିଳିଲା ସ୍କୁଟି: ଏହି ସ୍କୁଟିରେ ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ବସାଇ ନେଇଥିଲା ଅଭିଯୁକ୍ତ ରାକେଶ

ଭୁବନେଶ୍ୱର: ଗତକାଲି ରାତିରେ ରାଜଧାନୀର ସୁନ୍ଦରପଦା ଅଞ୍ଚଳରୁ ଏକ ସ୍କୁଟି ଜବତ କରାଯାଇଛିI ଏହି ସ୍କୁଟିରେ ଅଭିଯୁକ୍ତ ରାକେଶ ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ବସାଇ ନେଇଥିଲାI ସ୍କୁଟିକୁ ଜବତ କଲା ଯାଜପୁର ପୁଲିସ ଜବତ କରିଛି। ଏହି ସ୍କୁଟିରେ ଝରାଫୁଲକୁ ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ତାହାର ସହଯୋଗୀ କୁଆଖିଆକୁ ନେଇ ଯାଇଥିଲେ।

publive-imageସୂଚନାଯୋଗ୍ୟ, ଗତକାଲି ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରାକେଶକୁ ୪ଟି ସ୍ଥାନକୁ ନେଇ ସିନ୍ ରିକ୍ରିଏଟ୍ କରାଇଥିଲା ଯାଜପୁର ଜିଲ୍ଲା କୁଆଖିଆ ପୁଲିସ। ଏଥିପାଇଁ ରାକେଶକୁ ଭୁବନେଶ୍ୱରକୁ ଆଣିଥିଲା ପୁଲିସ । ଆଜି ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟ ହାଉସ, ସୁନ୍ଦରପଦାରେ ଥିବା ରାକେଶର ଘର, ପୋଖରୀପୁଟରେ ଥିବା ମଧୁସୂଦନ ପାର୍କ ଓ ଫାଷ୍ଟଫୁଡ ଦୋକାନକୁ ନେଇ ସିନ୍ ରି-କ୍ରିଏଟ୍ କରାଯାଇଥିବା ସୂଚନା ମିଳିଥିଲା । ସମସ୍ତଙ୍କ ନଜର ରହିଥିଲା ଶିବସାଇ ଗେଷ୍ଟ ହାଉସରେ ପୁଲିସ ଆଗରେ ରାକେଶ ସିନ୍ ରି-କ୍ରିଏସନ ଅର୍ଥାତ୍ ସେଦିନ କିପରି ଘଟିଥିଲା ଘଟଣା।
ପୂର୍ବରୁ ହୋଟେଲ ରୁମ ସହିତ ଏକାଧିକ ସ୍ଥାନର ସିସିଟିଭି ଭିଜୁଆଲ୍ ଜବତ କରିଥିଲା ପୁଲିସ । ଆଜି ସିନ୍ ରି-କ୍ରିଏଟ୍ କରାଇ ତଦନ୍ତରେ ଆଗକୁ ବଢିଛି କୁଆଖିଆ ପୁଲିସ । ଆଜି ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଜପୁରର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏହା ପରେ କୁଆଖିଆ ଥାନାରେ ତାକୁ ପଚରାଉଚରା କରାଯିବାପରେ ଭୁବନେଶ୍ୱର ଆଣି ହୋଟେଲରେ ସିନ୍ ରି-କ୍ରିଏସନ୍ କରିଥିଲା କୁଆଖିଆ ପୁଲିସ । ଏହି ଘଟଣାରେ ଗତକାଲି ଝରାଫୁଲଙ୍କ ମୃତଦେହ ଫିଙ୍ଗା ଯାଇଥିବା ସ୍ଥାନକୁ ରାକେଶକୁ ନେଇଥିଲା ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe