ସ୍କୁଟିକୁ ଧକ୍କା ଦେଲା କାର୍‌ :ଜଣେ ଭାଇ ମୃତ, ଅନ୍ୟ ଜଣେ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ବେତନଟୀ: ବେତନଟୀ ଥାନା ଅଧୀନ ପୁରୁଣାପାଣି ଛକ ନିକଟରେ ମଗୁସିରିଆର ଅଭିରାମ ମହାନ୍ତ (୩୭) ଏବଂ ତାଙ୍କ ସାନଭାଇ ସୁଦର୍ଶନ ମହାନ୍ତ (୩୫) ଏକ ସ୍କୁଟି (ଓଡି-୧୧-ଏଲ୍‌-୧୬୮୬)ରେ ବେତନଟୀକୁ ଔଷଧ କିଣିବା ପାଇଁ ଆସିଥିଲେ। ଏତିକି ବେଳେ ତାଙ୍କୁ ଏକ ଅଜଣା କାର୍‌ ଧକ୍କା ଦେଇ ପଳାଇଥିଲା। ଉଭୟ ଗୁରୁତର ଆହତ ହୋଇଥିଲେ। କଂଗ୍ରେସ ନେତା ଇଂ. ଗୌରହରି ସିଂ, ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ସୁଧାକର ପଣ୍ତା ପ୍ରମୁଖ ସେମାନଙ୍କୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୁଦର୍ଶନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ବେତନଟୀ ଥାନା ଏସ୍‌ଆଇ ବଳରାମ ମହାରଣା ଡାକ୍ତରଖାନାରେ ପହ‌ଞ୍ଚି ଶବ ବ୍ୟବଚ୍ଛେଦ କରାଇଛନ୍ତି। ଘଟଣାକୁ ନେଇ ବେତନଟୀ ଥାନାରେ ନଂ.୬୮/୨୨ରେ ଏକ ମାମଲା ରୁଜୁ ହୋଇଛି। ମୃତ ସୁଦର୍ଶନ ବିବାହିତ ଏବଂ ତାଙ୍କର ଜଣେ ସନ୍ତାନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe