ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକ ଗୁରୁତର

ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକ ଗୁରୁତର

କେନ୍ଦୁଝର: ଜାତୀୟ ରାଜପଥର ଏକ ପାଖିଆ ରାସ୍ତା ଯୋଗୁ ବଢୁଛି ଦୁର୍ଘଟଣା। ଆଜି ମଧ୍ୟ ସ୍କୁଟି ଉପରେ ଟ୍ରକ ଚଢ଼ିଯିବାରୁ କଲେଜ ଛାତ୍ର ହୋଇଛନ୍ତି ଗୁରୁତର। ୨୦ ନମ୍ବର ଜାତୀୟ ରାଜପଥ ଘଷୀପୁରା ଥାନା ବାରିଗାଁ ନିକଟରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଥିବା ବେଳେ ଆଜି ଘଷିପୁରା ବ୍ଲକ୍ ଅନ୍ତର୍ଗତ ବଳରାମ ପୁର ଗାଁର ରିତେଶ ବିଶ୍ୱାଳ ଆନନ୍ଦପୁର ମହାବିଦ୍ୟାଳୟ ଛାତ୍ର କୌଣସି କାମରେ ଏକ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରକ୍‌ଟି ତାଙ୍କୁ ଧକ୍କା ଦେଇଥିଲା ଓ ତାଙ୍କ ସ୍କୁଟି ଉପରେ ଚଢ଼ି ଯାଇଥିଲା ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଆହତ ଛାତ୍ରଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଜାତୀୟ ରାଜପଥକୁ ତୁରନ୍ତ ବ୍ୟବସ୍ଥିତ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି। ଭୁଲ ରାସ୍ତା ପାଇଁ ଏହି ପରି ବାରମ୍ବାର ଏହିପରି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe