ଦେଶୀ ମଦ ଚୋରାଚାଲାଣ: ସ୍କୁଟି ସହ ଅଭିଯୁକ୍ତ ଗିରଫ

Advertisment
ଦେଶୀ ମଦ ଚୋରାଚାଲାଣ: ସ୍କୁଟି ସହ ଅଭିଯୁକ୍ତ ଗିରଫ

ରାଉରକେଲା: ସହର ଭିତରେ ଦେଶୀ ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଅବକାରୀ ବିଭାଗ ଧରପଗଡ଼ ଜାରି ରଖିଛି। ଏହି କ୍ରମରେ ଆଜି ସ୍ଥାନୀୟ ଶୀତଳପଡ଼ାରେ ଅତର୍କିତ ଚଢ଼ଉ କରି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ହେଉଛନ୍ତି ଦୁର୍ଗା ପ୍ରସାଦ ନାଥ। ଅଭିଯୁକ୍ତ ପାଖରୁ ୫୫ ଲିଟର ଦେଶୀ ମଦ ଓ ଚୋରାଚାଲାଣରେ ବ୍ୟବହୃତ ସ୍କୁଟି(ଓଡି-୧୪-ଏନ୍‌-୧୬୩୫) ଜବତ ହୋଇଛି। ମଦ ଚୋରାଚାଲାଣ ନେଇ ସୂଚନା ପାଇ ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ଚଢ଼ଉ କରି ଅଭିଯୁକ୍ତକୁ କାବୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe